ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ପାଳିତ ହୋଇଯାଇଛି । ଏହି କାର୍ଯକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ଥିତ ଥାନାରୁ ଅତିରିକ୍ତ ଉପ ନିରୀକ୍ଷକ ଯୁଗଳ କିଶୋର ନାୟକ,

ଉଦ୍ଧବ କୁମାର ଜାନୀ, ଉମାଶଙ୍କର ନିହାଲି ଙ୍କ ସହ କନଷ୍ଟେବଳ ବୁଲୁ ସାହାଣୀ ଏବଂ ମନୋଜ କୁମାର ମଲ୍ଲିକ ପ୍ରଭୃତି ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଗଣ ନିଶା ମୁକ୍ତି ଅଭିଯାନ ର ଲକ୍ଷ୍ୟ,

ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇବା ସହ ଏକ ସଶକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।“ନିଶା ମୁକ୍ତ ଓଡ଼ିଶା” କେବଳ ସରକାରୀ ଅଭିଯାନ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ।ଏହାର ମୂଳୋତ୍ପାଟନ ପାଇଁ ଯୁବଗୋଷ୍ଠୀ,















