ଭୁବନେଶ୍ବର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଢେଙ୍କାନାଳ-ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍ (ଦାଦା) ତରଫରୁ କବିବର ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ବର ସ୍ଥିତ ସ୍ପର୍ଶ ହସ୍ପିଟାଲ୍ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦାଦା ସଙ୍ଗଠନର ସଭାପତି ଡକ୍ଟର କୃଷ୍ଣଚନ୍ଦ୍ର ଆଇଚ୍ ଅଧ୍ୟକ୍ଷତା କରିଥିଲେ । ସଙ୍ଗଠନର ପରାମର୍ଶଦାତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସନାତନ ମଲ୍ଲିକ୍ ଯୋଗଦାନ କରି ଶ୍ରୀ ଗଡ଼ନାୟକଙ୍କ ସମ୍ବଦ୍ଧରେ ଏବଂ ତାଙ୍କ ରଚିତ ବିଭିନ୍ନ କବିତା ଏବଂ ପୁସ୍ତକ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ ।

ଏହାକୁ ସଙ୍ଗଠନର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଉପ ସଭାପତି (ଢେଙ୍କାନାଳ ଜିଲ୍ଲା), ଧନେଶ୍ବର ସାହୁ ଏବଂ କୋଷାଧ୍ୟକ୍ଷ ସର୍ବେଶ୍ବର ବରାଳ ପରିଚାଳନା କରିଥିଲେ । ଏଥିରେ ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରାଧାମୋହନ ଗଡ଼ନାୟକଙ୍କ ଜନ୍ମ ୨୫ ଅଗଷ୍ଟ ୧୯୧୧ ମସିହାରେ ଅବିଭକ୍ତ ଅନୁଗୋଳ ଜିଲ୍ଲାର କଲଣ୍ଡା ଗାଁରେ ହୋଇଥିଲା । ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ କବି, ଅନୁବାଦକ ଏବଂ ସ୍ବାଧୀନତା ସଂଗ୍ରାମୀ ଭାବେ ଖ୍ୟାତ ଥିଲେ ରାଧାମୋହନ । ସେ ମୁଖ୍ୟତଃ ତାଙ୍କର ଗାଥାକବିତା ଏବଂ ମଧୁର ଛନ୍ଦୋବଦ୍ଧ ରଚନା ପାଇଁ ଓଡ଼ିଆ ସାହିତ୍ୟ ଜଗତରେ ‘ଗାଥା କବି' ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି ।

୨୧ ଫେବୃଆରୀ ୨୦୦୦ ମସିହାରେ ୮୮ ବର୍ଷ ବୟସରେ ସବୁଜ ସାହିତ୍ୟ ଓ ରୋମାଣ୍ଟିକ ଚେତନାର କବି ରାଧାମୋହନ ଗଡନାୟକଙ୍କ ନିଧନ ଘଟିଥିଲା । ରାଧାମୋହନଙ୍କ ୧୧୫ ତମ ଜୟନ୍ତୀ ପାଳନ ଅବସରରେ ‘ଦାଦା’ ସଙ୍ଗଠନ ତରଫରୁ ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲା ର ସମସ୍ତ ପୂର୍ବ ସୁରୀ ଏବଂ ବରପୁତ୍ରମାନଙ୍କ ସ୍ମୃତି ପାଳନ ଦିଗରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍ ର ମ୍ୟାନେଜିଂ ଡାଇରେକ୍ଟର ଏବଂ ସଙ୍ଗଠନର ଉପ ସଭାପତି ଡକ୍ଟର ପ୍ରିୟବ୍ରତ ଧୀର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।