ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଦୁର୍ଗାମଣ୍ଡପ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଯୋଗ ମନ୍ଦିରର ସଭାପତି ରଘୁନାଥ ଲେଙ୍କାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସୁରେଶ ଚନ୍ଦ୍ର ପଣ୍ଡା,ରଶ୍ମିରଞ୍ଜନ ବଳିୟାରସିଂହ, ପୂର୍ବତନ ଶିକ୍ଷକ ଲକ୍ଷ୍ମଣ ମଣ୍ଡଳ,ଜିଲ୍ଲା ଯୋଗ ସମିତି ସଭାପତି ସହଦେବ ମଲ୍ଲିକ,ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା,କୁଶଭଦ୍ରା ସାଂସ୍କୃତିକ ପରିଷଦ ସମ୍ପାଦକ ରବୀନ୍ଦ୍ର ସାହୁ,

ଯୁଗ୍ମ ସମ୍ପାଦକ ପ୍ରତାପ କୁମାର ସାହୁ,ପ୍ରଜ୍ଞା ପ୍ରବାହର କର୍ମକର୍ତ୍ତା ରବିନାରାୟଣ ପଣ୍ଡା,ଶିବ ନାରାୟଣ ବାରିକ୍,ଦୁର୍ଯ୍ୟୋଧନ କାଠୁଆ ଓ ରିତ୍ଵିକ ବୈରାଗୀ ଚରଣ ସାହୁ, ପ୍ରାଚୀ ଧାରାର ସମ୍ପାଦକ ଭଗବାନ୍ ସାହୁ,କବି ଅଭିମନ୍ୟୁ ନାୟକ ପ୍ରମୁଖ ଯୋଗଦେଇ ମଣିଷ ଜୀବନର ସାର୍ଥକତା ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ବିଷଦ ଆଲୋଚନା କରି ଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।
ଅନୁଷ୍ଠାନ ଦ୍ୱାରା ପରିଚାଳିତ ପ୍ରାୟ ୧୦ ଗୋଟି ଯୋଗ କେନ୍ଦ୍ରର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ଯୋଗ କୌଶଳ ପ୍ରଦର୍ଶନ କରା ଯାଇଥିଲା । ୧୨ ଜଣ ସଫଳ ଯୋଗ ସାଧକଙ୍କୁ ଯୋଗ ରତ୍ନ ସମ୍ମାନ ଗୁରୁ ଜ୍ୟୋତି ପ୍ରକାଶ ବିଷୋୟୀ ପ୍ରଦାନ କରିଥିଲେ । ଗୁରୁ ପୂଜନ ସହିତ ସମ୍ବଲପୁରୀ ଓଡ଼ିଶୀ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଶିଶୁ କଳାକାରମାନେ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ସୁଜାତା ଦାଶ ଓ ଡ୍ ମୁରଲୀଧର ସାହୁ ଉପସ୍ଥାପନା ଓ ପରିଚାଳନା କରିଥିଲେ । ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଅନୁଷ୍ଠାନର ଶତାଧିକ ଯୋଗ ସାଧକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।














