ଭାବ ଭକ୍ତିମୟ ସଂଗୀତରେ ବିଭୋର ଭକ୍ତ
ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ବଡ଼ ଏକାଦଶୀ ଓ ମହାପ୍ରଭୂଙ୍କ ସୁନାବେଶ ରଥାରୂଢ଼ ଅବସ୍ଥାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ରୀତି ନୀତି ଅନୁସାରେ, ଠାକୁରଙ୍କ ଏକାଦଶୀ ପର୍ବ ପାଳନ ସହ ସଂନ୍ଧ୍ୟାରେ ରଥ ଉପରେ ପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଅଛି l ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଶତାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୁନାବେଶ ଅବସରରେ ରାଜସୁନାଖଳା ଅଞ୍ଚଳରେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି ।

ଏହି ଅବସରସରେ ରାଜସୁନାଖଳା ଶ୍ରୀ ଶ୍ରୀ ଜଗନ୍ନଥ ଚାରିଟେବୁଲ ସୋସାଇଟ ଆନୁକୂଲ୍ୟରେ ଓ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ଭୁବନେଶ୍ୱର ଶ୍ରୀ କ୍ଷେତ୍ରରେ ନିର୍ମାଲ୍ୟ ଅନୁଷ୍ଠାନ ପକ୍ଷରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଅଛି l ଏହି ସଂସ୍କୃତି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସତ୍ୟ ନାରାୟଣ ମହାପାତ୍ର, ସମ୍ପାଦକ ଜଗନ କୁମାର ନାୟକ,















