ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର ଆନୁଷ୍ଠାନିକ ଶୁଭାରମ୍ଭ ସହ ଏକ ସଚେତନତା ରଥର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ-ନିବନ୍ଧକ, ସମବାୟ ସମିତି ସମୂହର,

ନୟାଗଡ ବିଭାଜନ, ଉପ-ନିବନ୍ଧକ ଓ ସହକାରୀ ନିବନ୍ଧକ, ନୟାଗଡଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି ର କର୍ମଚାରୀମାନେ ଉପସ୍ଥିତ ଥିଲେ।ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଫସଲ ହାନି ସମୟରେ ଚାଷୀମାନଙ୍କୁ ଆର୍ଥିକ ସୁରକ୍ଷା ଓ କ୍ଷତିପୂରଣ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।














