ନୟାଗଡ଼ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ତମ ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି । ପୂଜ୍ୟପୂଜା କମିଟିର ଆବାହକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୟୁନିଟେକର ଚେୟାରମ୍ୟାନ ଶ୍ରୀ ପ୍ରଦୀପ ପୃଷ୍ଟି ମୁଖ୍ୟ ଅତିଥି ଏବଂ ନୟାଗଡ଼ କ୍ଲବ୍ ତଥା ସମର୍ପଣ ବୃଦ୍ଧାଶ୍ରମର ସମ୍ପାଦକ ଶ୍ରୀ ଶ୍ରୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ।















