କଟକ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ପ୍ରଥମେ ST ବର୍ଗ ତାପରେ SC ବର୍ଗଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବାର ସରକାରଙ୍କର ସମସ୍ତ ନୀତି ନିୟମ ତଥା ଆଇନ ବ୍ୟବସ୍ଥା ରହିଥିବାବେଳେ କିନ୍ତୁ କଟକ ଜିଲ୍ଲା ନିଆଳି ବ୍ଲକର ଶିକ୍ଷା ବିଭାଗ ପକ୍ଷରୁ ନୀଳମଣି ବାଳିକା ବିଦ୍ୟାଳରେ ଖାଲିଥିବା ଶିଶୁ ସେଵିକା ପଦବୀ ନିଯୁକ୍ତି କ୍ଷେତ୍ରରେ ସରକାରୀ ନିୟମକୁ ଗୁରୁତ୍ବ ନଦେଇ ଏହାକୁ ସମ୍ପୂର୍ଣ୍ଣ ଉପେକ୍ଷା କରି SC ବର୍ଗର ମହିଳାଙ୍କୁ ନିଯୁକ୍ତି ଦିଆନଯାଇ ବେଆଇନ ଭାବେ ଜଣେ ସାଧାରଣ ବର୍ଗର ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିବା ବିଷୟ ଘଟଣାକୁ ନେଇ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀନୀ ଝିନା କାଣ୍ଡୀ ନାମକ ଜଣେ ଅସହାୟ ମହିଳା ନ୍ୟାୟ ଭିକ୍ଷା ପାଇଁ ନିଆଳି ବ୍ଳକରେ ଆୟୋଜିତ ହୋଇଥିବା କଟକ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଥିବାର ଜଣାପଡିଛି ।















