ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ଦଣ୍ଡ ବନ୍ଧ ପ୍ରାଙ୍ଗଣରେ ଇଷ୍ଟ ଦେବୀ ମାଁ ଶୁକ୍ର ଶୁକ୍ରାଣୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ ଉତ୍ସବ ମହା ସମାରୋହରେ ସମ୍ପନ୍ନ ହୋଇଛି । ଚଳିତ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶୁଭ ମୂହୁର୍ତ୍ତ ପ୍ରାତଃ ସାଢ଼େ ୭ ସମୟରେ ଭୂମି ପୂଜନ ଓ ଶିଳାନ୍ୟାସ ପୂର୍ବାହ୍ନ ସାଢ଼େ ୯ ଟା ସମୟରେ ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।















