• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
June 17, 2026
in ଓଡ଼ିଶା
0
ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ
Share on FacebookShare on TwitterWhatsapp

ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ନିକଟ ରାଉତପଡାଠାରେ ବହୁ ପ୍ରତିକ୍ଷିତ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇ ଆସୁଛି । ଆଜି ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ଜଣିଆ ଟିମ ରାଉତପଡା ଗସ୍ତ କରି ଏହି ପ୍ରସ୍ତାବିତ ମହାନଦୀ ବ୍ୟାରେଜସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ କଥା ହେଲା ଏହି ବ୍ୟାରେଜ ପାଇଁ ଆର୍ଥିକ ଅନୁଦାନ ଆସିଥିଲେ ବି କ୍ୟାବିନେଟ ମଂଜୁରୀ ନମିଳିବାରୁ ଏହା ହୋଇପାରୁନାହିଁ ।

ତେଣୁ କ୍ୟାବିନେଟ ମଂଜୁରୀ ତୁରନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସଂଘ ଦାବି କରିଛି । ନୟାଗଡ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ । ଧାନ ଓ ଆଖୁ ଏଠାକାର ପ୍ରମୁଖ କୃଷି ଜାତ ଦ୍ରବ୍ୟ ହୋଇଥିଲେ ବି ଅନ୍ୟାନ୍ୟ ପରିବା ଚାଷରେ ଏହି ଜିଲ୍ଲା ଅଗ୍ରଣୀ ଲାଭ କରିଛି । କିନ୍ତୁ ଜିଲ୍ଲାରେ ବହୁ ବଡ ବଡ ନଦୀ ପ୍ରବାହିତ ହେଉଥିଲେ ବି ଜଳସେଚନର ସେଭଳି ସୁବିଧା ନାହିଁ । ବିଶେଷ କରି ଓଡ଼ିଶାର ବଡନଦୀ ମହାନଦୀ ଏହି ଜିଲ୍ଲା ଦେଇ ପ୍ରବାହିତ ହେଉଥିଲେ ବି ମହାନଦୀର ପାଣି ଉପଯୋଗ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ମହାନଦୀରେ ଜଳଥାଇ ମଧ୍ୟ କୃଷି ପ୍ରଧାନ ନୟାଗଡ ଜିଲ୍ଲା ଜଳସେଚନରୁ ବଂଚିତ ହୋଇଛି । ପୂର୍ବରୁ ମଣିଭଦ୍ରା ବ୍ୟାରେଜ ଓ ପଦ୍ମାବତୀ ବ୍ୟାରେଜ ମହାନଦୀରେ ହେବାପାଇଁ ପ୍ରସ୍ତାବ ଥିଲା । କିନ୍ତୁ ସରକାର ପରେ ସରକାର ବଦଳୁଥିଲେ ମଧ୍ୟ ଏହି ପ୍ରସ୍ତାବଗୁଡିକ ୬୦ ବର୍ଷ ଧରି କେବଳ ପ୍ରସ୍ତାବରେ ହିଁ ରହି ଆସିଛି । ରାଉତପଡା, ସୁବଳୟା ଓ ଡିମିରିଆ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପତ୍ରାଙ୍କ ନଂ. ୧୬୨୫୭ ତା ୧-୬-୨୦୨୬ ଅନୁସାରେ ୧୫୧୬ କୋଟି ୪୩ ଲକ୍ଷ ଟଙ୍କା ଅର୍ଥ ବିଭାଗ ଅନୁମୋଦନ କରିଛନ୍ତି ।

ରାଉତପଡା ବଡକଳା ନିକଟରେ ଥିବା ପାହାଡ଼ରୁ କଟକ ଜିଲ୍ଲାନରସିଂହପୁର ଡିମିରିଆ ନିକଟ ପାହାଡକୁ ସଂଯୋଗ କରି ଏହି ବ୍ୟାରେଜ ନିର୍ମାଣ କରାଯିବ । ଏହି ବ୍ୟାରେଜ ନିର୍ମାଣ କରାଗଲେ ନୟାଗଡ ଓ କଟକ ଉଭୟ ଜିଲ୍ଲାର ଜମି ଜଳସେଚିତ ହୋଇପାରିବ । ମୁଖ୍ୟତଃ ନୟାଗଡ ଜିଲ୍ଲାର ୮ବ୍ଲକ ଜଳସେଚିତ ହେବା ସହିତ ମହାନଦୀର ପାଣି ସଂରକ୍ଷଣ କ୍ଷମତା ବୃଦ୍ଧି ପାଇବ । ମହାନଦୀର ପାଣିକୁ ଅଟକାଇ ଜିଲ୍ଲାର ବିିଭିନ୍ନ ବ୍ଳକକୁ ଜଳସେଚିତ କରାଯିବା ସହିତ ପାନୀୟ ଜଳ ଅଭାବରେ ପେଶି ହୋଇଯାଉଥିବା ନୟାଗଡରୁ ପାନୀୟ ଜଳ ସଂକଟକ ଦୂର ହୋଇପାରିବ ।

ଏହି ବ୍ୟାରେଜ ନିର୍ମାଣ ଦ୍ୱାରା ସାମଗ୍ରୀକ ଭାବେ ନୟାଗଡ ଜିଲ୍ଲାର କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ଉନ୍ନତି ହୋଇପାରିବ । ବିଶେଷ ଭାବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲାଠାରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଥିବାବେଳେ ଗଣିଆ ବ୍ଲକର ରାଉତପଡାଠାରେ ଏହି ମହାନଦୀ ବ୍ୟାରେଜ ନିର୍ମାଣ ହେବ । ଏହା ଦ୍ୱାରା ଗଣିଆ ବ୍ଲକର ଅଭୂତପୂର୍ବ ଉନ୍ନତି ହୋଇପାରିବ । ଜିଲ୍ଲାର ସବୁଠାରୁ ଅବହେଳିତ ବ୍ଲକ ଭାବରେ ଗଣିଆ ପରିଗଣିତ । ଜିଲ୍ଲାର ଗଣିଆ ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ।

କିନ୍ତୁ ଏଠାରେ ମହାନଦୀ ଭଳି ବଡ ନଦୀ ବହି ଯାଉଥିଲେ ବି କୌଣସି ଉପକାରରେ ଲାଗୁନି । ତେଣୁ ଏହି ବ୍ୟାରେଜ ନିର୍ମାଣ କରାଗଲେ ବ୍ୟାପକ ବିକାଶ ଘଟିବ ବୋଲି କୁହାଯାଉଛି । ରାଜ୍ୟ ସରକାର ଏହି ରାଉତପଡା-ଡିମିରିଆ ବ୍ୟାରେଜ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିବାରୁ ଜିଲ୍ଲା ସାମ୍ବାଦିକ ସଂଘ ଓ ଜିଲ୍ଲାର ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଯଥାଶୀଘ୍ର ଏହି ବ୍ୟାରେଜ ନିର୍ମାଣ ପାଇଁ କ୍ୟାବିନେଟ ମଂଜୁର ଏବଂ ଶିଳାନ୍ୟାସ କରିବା ପାଇଁ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ଦାବି କରିଛନ୍ତି ।

ସଂଘର ଏହି ୧୫ ଜଣିଆ ଟିମରେ ସଭାପତିଙ୍କ ସହ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଲୋକନାଥ ମିଶ୍ର, ସାମ୍ବାଦିକ ପ୍ରଭାସିନୀ ନନ୍ଦ, ଗୋକୁଳ ଷଡଙ୍ଗୀ, ବିଭୂତି ପଟ୍ଟନାୟକ, ପୁରୁଷୋତ୍ତମ ମହାପାତ୍ର, ବିଶ୍ୱ ରଂଜନ ସେଠୀ, ଅଖିଳ ପାଣିଗ୍ରାହୀ, କମଳଲୋଚନ ଦଳେଇ, ବିକ୍ରମ ସ୍ୱାଇଁ, ସମାଜସେବୀ ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ସମାଜସେବୀ ତଥା ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ସାହୁ ପ୍ରମୁଖ ଗସ୍ତ କରିଥିଲେ ।

ନୟାଗଡ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳେଇଙ୍କୁ ଏ ସଂକ୍ରାନ୍ତରେ ପଚାରିବାରେ ସେ କହିଥିଲେ ଯେ, ରାଜ୍ୟ ସରକାର ରାଉତପଡା ଏବଂ ଡିମିରିଆକୁ ସଂଯୋଗ କରି ଏହି ବ୍ୟାରେଜ ନିର୍ମାଣ କରିବା ପାଇଁ ଉପରୋକ୍ତ ଅର୍ଥ ମଂଜୁର ହୋଇଛି । କିନ୍ତୁ କ୍ୟାବିନେଟ ମଂଜୁର ହେଲେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ଏହା ଜଳସମ୍ପଦ ବିଭାଗ କରିବ ନା ଆଉ କେଉଁ ବିଭାଗ କରିବ ତାହା ସ୍ପଷ୍ଟ ହୋଇନାହିଁ । ଏହି ବ୍ୟାରେଜ କରାଗଲେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଘଟିବ ବୋଲି ସେ ସୂଚନା ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

September 14, 2026
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

September 14, 2026
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version