ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) (ନି. ପ୍ର) :- ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି ନୂତନ ଭାବେ ଦାୟିତ୍ୱ ବହନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ମଞ୍ଜୁରାଣୀ ଜେନା ପ୍ରକାଶ କରିଛନ୍ତି. ସେ ଏଥି ପୂର୍ବରୁ ଭୁବନେଶ୍ଵର ବିଏମ୍ସିରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ପୂର୍ବତନ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମଏମ ଅଲ୍ଲୀ ଗତ ଜାନୁୟାରୀ ୩୧ରେ ଅବସର ଗ୍ରହଣ ପରେ ଏଡିଏମ୍ଓ ଡାକ୍ତର ଶାନ୍ତନୁ ପାଢୀ ଭାରପ୍ରାପ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଭାବେ ଏହି ଦାୟିତ୍ଵ ତୁଲାଇ ଆସୁଥିଲେ ।















