• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
June 11, 2026
in ଓଡ଼ିଶା, ଦେଶ, ହୋମ୍
0
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି
Share on FacebookShare on TwitterWhatsapp

ନୂଆଦିଲ୍ଲୀ  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓପନ୍‌ ଆର୍କାଇଭ ଅଫ ସୋସିଆଲ ସାଇନ୍ସ (ଏସ୍‌ଓସିଏଆର୍‌ଏକ୍ସଆଇଭି) ରେ  ପ୍ରକାଶ ପାଇଥିବା ଏକ ନୂତନ ନୀତିପତ୍ର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏକାଧିକ ଗୋଷ୍ଠୀ କିଭଳି ନୀରବରେ କିଛି ଉଲ୍ଲେଖନୀୟ କାର୍ଯ୍ୟକରି ଜମି, ଜଳ ଏବଂ ଜଙ୍ଗଲ ଆଦି ଏକକ, ଆନ୍ତଃସଂଯୁକ୍ତ ବ୍ୟବସ୍ଥାରେ ପରିଚାଳନା କରୁଛନ୍ତି ଏବଂ ସେମାନଙ୍କର ଭୂରୂପ ତଥା ଜୀବନଗୁଡିକ ତାହାର ପରିଣତିରେ ରୂପାନ୍ତରିତ ହେଉଛି, ସେହି କାହାଣୀ କୁହାଯାଇଛି ।

ମେ ୨୦୨୬ରେ ପ୍ରକାଶ ପାଇଥିବା ‘ଦି ସେଣ୍ଟ୍ରାଲିଟି ଅଫ ଏରିଆ-ବେସ୍‌ଡ ଆପ୍ରୋଚେସ୍‌ ଇନ ସଷ୍ଟେନେବଲ ଡେଭେଲପମେଣ୍ଟ’ (ଦୀର୍ଘସ୍ଥାୟୀ ବିକାଶରେ ଅଞ୍ଚଳ-ଭିତ୍ତିକ ଆଭିମୁଖ୍ୟଗୁଡିକର କେନ୍ଦ୍ରୀୟ ସ୍ଥାନ) ଏହି ସମସ୍ତ କ୍ଷେତ୍ର-ସ୍ତରୀୟ ଅନୁଭୂତିଗୁଡିକ ସହିତ ନୂଆଦିଲ୍ଲୀରେ କମନ୍ସ କନ୍‌ଭେନିଂ ୨୦୨୪ରେ ଆୟୋଜିତ କମନ୍‌ ଗ୍ରାଉଣ୍ଡ ଇନିସିଏଟିଭ୍‌ ଏବଂ ଅହମଦାବାଦରେ ଅନୁଷ୍ଠିତ ଇଣ୍ଡିଆ ଲ୍ୟାଣ୍ଡ୍‌ ଆଣ୍ଡ ଡେଭେଲପମେଣ୍ଟ କନ୍‌ଫରେନ୍ସ (ଆଇଏଲଡିସି) ୨୦୨୫ ଅବସରରେ ବିଶାରଦମାନଙ୍କ ଦ୍ୱାରା କରାଯାଇଥିବା ଆଲୋଚନା ବିମର୍ଷ ସମ୍ପର୍କରେ ଅବତାରଣା କରିଛି ।

ଏହି ପତ୍ରରେ ଦର୍ଶାଯାଇଛି ଯେ ଏହି ଗୋଷ୍ଠୀଗୁଡିକ ଯେଉଁ ଏକ ଅଞ୍ଚଳ-ଭିତ୍ତିକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି, ତାହାକୁ ସଫଳତାର ସହିତ ପ୍ରତିରୂପିତ କରାଯାଇପାରିବ । ଏହି ସମସ୍ତ ବିଷୟଗୁଡିକ ଏବଂ ବିଶାରଦମାନଙ୍କର ଆଲୋଚନା ବିମର୍ଷ ଆଧାରରେ ଏହି ପତ୍ର ଭାରତ କିଭଳି ତାହାର ସର୍ବାଧିକ ଚାପଗ୍ରସ୍ତ ପ୍ରାକୃତିକ ସମ୍ପଦଗୁଡିକର ପରିଚାଳନା ଓ ଶାସନ ନିମନ୍ତେ ଆଭିମୁଖ୍ୟ ପୋଷଣ କରିବ, ସେ ସମ୍ପର୍କରେ ଏକ ପ୍ରଭାବଶାଳୀ ମଡେଲ ପ୍ରଦାନ କରାଯାଇଛି ।

ଏକ ସଙ୍କଟ ଯାହା ଅପେକ୍ଷା କରିପାରିବ ନାହିଁ ଭାରତରେ ବିଶ୍ୱ ଜନସଂଖ୍ୟାର ୧୬% ବାସ କରୁଛନ୍ତି, କିନ୍ତୁ ଏହାର ମୋଟ ଭୂଅଞ୍ଚଳ ମାତ୍ର ୨.୪% ଯାହା ଏହାର ପ୍ରାକୃତିକ ସମ୍ପଦକୁ ଉଲ୍ଲେଖନୀୟ ଓ ବର୍ଦ୍ଧିତ ଚାପଗ୍ରପ୍ତ କରୁଛି । ୨୦୧୮-୧୯ ସୁଦ୍ଧା ପ୍ରାୟ ୯୮ ନିୟୁତ ହେକ୍ଟର, ଅର୍ଥାତ ମୋଟାମୋଟି ଭାରତର ମୋଟ ଭୂଭାଗ ଅଞ୍ଚଳର ୩୦% ଅଧୋପତିତ ହୋଇସାରିଥିଲା । ଦେଶ ତାହାର ଚାରିଟି ଜୈବବିବିଧତା ହଟ୍‌ସ୍ପଟ ଅଧୀନରେ ପ୍ରାୟ ୯୦% ଅଞ୍ଚଳ ହରାଇ ସାରିଛି । ତାହାସହିତ ଭାରତରେ ମୋଟ ଚାଷୋପଯୋଗୀ ଜମି ମଧ୍ୟରୁ ପ୍ରାୟ ଅଦେ୍ର୍ଧକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱାରା ଚାଷ କରାଯାଉଥିବାବେଳେ ସେମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଆପଦାପନ୍ନ ସ୍ଥିତିରେ ରହିଛନ୍ତି ।
ଓଡ଼ିଶାରେ କେନ୍ଦୁଝର ଓ କୋରାପୁଟ ତଥା ସମୁଦାୟ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ ଏହି ବାସ୍ତବତା ମଧ୍ୟରେ ଜୀବନ ନିର୍ବାହ କରୁଛନ୍ତି । ଏହି ପତ୍ରରେ ଅଞ୍ଚଳ-ଭିତ୍ତିକ ଆଭିମୁଖ୍ୟଗୁଡିକ ସମ୍ପର୍କରେ ତଥ୍ୟାବଳୀ ଲିପିବଦ୍ଧ କରାଯାଇଛି ଯାହା ଜରିଆରେ ଏହି ଗୋଷ୍ଠୀଗୁଡିକ ଉପରୋକ୍ତ ଚାଲେଞ୍ଜଗୁଡିକର ମୁକାବିଲା କରୁଛନ୍ତି । ସେହି ସମୟରେ ଏଥିରେ ଏହି ସମସ୍ତ ଗୋଷ୍ଠୀଗୁଡିକର ପ୍ରତିକ୍ରିୟାରୁ ଶିକ୍ଷଣୀୟ ବିଷୟଗୁଡିକ ଚିହ୍ନଟ କରାଯାଇଛି ।

କେନ୍ଦୁଝରରେ ଏକ ଅଣ-ସରକାରୀ ସଂଗଠନ ଓମେନ୍ସ ଅର୍ଗାନାଇଜେସନ ଫର୍‌ ସୋସିଓ-କଲ୍‌ଚରାଲ ଆୱାରନେସ୍‌ (ଡବ୍ଲୁ୍ଏଏସ୍‌ସିଏ) ଏକ ସହଭାଗୀ ଭୂରୂପ ଯୋଜନାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ, ନାଗରିକ ସମାଜ ଗୋଷ୍ଠୀ ଏବଂ ଜନସମୁଦାୟଙ୍କୁ ଏକତ୍ରିତ କରିଥିଲା । ଗୋଷ୍ଠୀଗୁଡିକର ନିଜସ୍ୱ ପାରମ୍ପରିକ ଜମି ସମ୍ପର୍କିତ ଜ୍ଞାନ ସହିତ ସେମାନଙ୍କ ହାତରେ ଡିଜିଟାଲ ମ୍ୟାପିଂ ସାଧନ ଯୋଗାଇ ଦିଆଯାଇଥିଲା । ତାହାର ଫଳସ୍ୱରୂପ ଜଳ ସ୍ତରରେ ବୃଦ୍ଧି, ମୃତ୍ତିକାର ଆର୍ଦ୍ରତାରେ ଉନ୍ନତି ଆସିବା ଏବଂ ଉତ୍ତମ ଅମଳ ହୋଇଥିଲା । ଗ୍ରାମଗୁଡିକ ଆଉ ମରୁଡି କାରଣରୁ ସେମାନଙ୍କ ଫସଲ ହାନି ପରିସ୍ଥିତିର ସମ୍ମୁଖୀନ ହେଉନାହାନ୍ତି ।

ଡବ୍ଲୁ୍ୟଓଏସ୍‌ସିଏର ମାନସିଂହ ଦୁର୍ଗା ପ୍ରସାଦ ନାଏକ କହିଛନ୍ତି, “କେନ୍ଦୁଝରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ପରିଚାରିକାଙ୍କ ଭଳି ହେଉଛନ୍ତି; ସେମାନେ ପରିବର୍ତ୍ତନର ବାହକ ଭାବରେ କାର୍ଯ୍ୟ କରୁଛନ୍ତି ।” ଏହି ଗୋଷ୍ଠୀଗୁଡିକ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, “ଗୋଷ୍ଠୀଗୁଡିକୁ ଯେତେବେଳେ ତଥ୍ୟ, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ସଶକ୍ତ କରାଯିବ ଏବଂ ସେମାନଙ୍କୁ ସମସ୍ତ ନାଗରିକ ସମାଜ ସଂଗଠନସମୂହ ତଥା ଗୋଷ୍ଠୀ-ଭିତ୍ତିକ ସଂଗଠନଗୁଡିକ ସହିତ ଯୋଡିଦିଆଯିବ, ସେତେବେଳେ କିଛିଗୋଟାଏ, କହିବାକୁ ଗଲେ ସମୁଦାୟ ପରିବ୍ୟବସ୍ଥାରେ ପରିବର୍ତ୍ତନ ହେବ ।”

କୋରାପୁଟରେ ଅନ୍ୟ ଏକ ଅଣ-ସରକାରୀ ସଂଗଠନ, ୱାଟରସେଡ୍‌ ସପୋର୍ଟ ସର୍ଭିସେସ୍‌ ଆଣ୍ଡ ଆକ୍ଟିଭିଟିଜ ନେଟୱର୍କ (ଡବ୍ଲୁ୍ୟଏଏସଏସଏଏନ୍‌) ଭୂରୂପକୁ ନେଇ ଏକ ବହୁଧା-କାରକ ମଞ୍ଚ ସୃଷ୍ଟି ଉପରେ କାର୍ଯ୍ୟ କରିଥିଲା, ଯାହା ଏଭଳି ଏକ ସ୍ଥାନ ଯେଉଁଠାରେ କୃଷକ, ମହିଳାଙ୍କ ଗୋଷ୍ଠୀ, ସରକାରୀ ବିଭାଗ ଏବଂ ନାଗରିକ ସମାଜ ସଂଗଠନଗୁଡିକ ନିୟମିତ ଭାବରେ ଏକତ୍ରିତ ହୋଇ ତଥ୍ୟର ସହଭାଗୀତା ଏବଂ ସମ୍ମଳିତ ଯୋଜନା ପ୍ରସ୍ତୁତ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ସେମାନେ ମଧ୍ୟ ସରକାରୀ ଯୋଜନା, ଦାନ ଆକାରରେ ମିଳୁଥିବା ପୁଞ୍ଜି ଏବଂ ଗୋଷ୍ଠୀ-ସ୍ତରର ଋଣକୁ ଏକତ୍ରିତ କରି ଏକ ସମ୍ମିଶ୍ରିତ ଅର୍ଥଲଗାଣ ମଡେଲ ପ୍ରସ୍ତୁତ କରିଥିଲେ । କାରଣ କୋଣସି ଗୋଟିଏ ପାଣ୍ଠିଯୋଗାଣ ଉପାୟ ପୂର୍ଣ୍ଣାଙ୍ଗ ଭାବରେ ଭୂରୂପ ପୁନରୁଦ୍ଧାର ଉଦେ୍ଦଶ୍ୟ ସାଧନ କରିପାରିବ ନାହିଁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

June 11, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version