ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଆସନ୍ତା ଜୁନ୍ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ହାଇ-ଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠିତ ‘ମିଡ୍ ଇୟର ପିଏଫ୍ଏ ଜାତୀୟ ସମ୍ମିଳନୀ ୨୦୨୬’ ଅନୁଷ୍ଠିତ ହେବାକୁ ଯାଉଛି । ପିଏରେ ଫୋଚାର୍ଡ ଏକାଡେମୀ ଇଣ୍ଡିଆ ସେକ୍ସନ ଏବଂ ହାଇ-ଟେକ୍ ଡେଣ୍ଟାଲ କଲେଜ ଆଣ୍ଡ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଆଧୁନିକ ଦନ୍ତ ଚିକିତ୍ସାର ଜନକ ପିଏରେ ଫୋଚାର୍ଡଙ୍କ ସ୍ମୃତିରେ ଗଠିତ ଏହି ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦନ୍ତ ଚିକିତ୍ସକ ମାନଙ୍କର ଶିକ୍ଷାଏବଂ ବୃତ୍ତିଗତ ଦକ୍ଷତାର ଉନ୍ନତି କରିବା । ଜୁନ୍ ୬ ତାରିଖ ପୂର୍ବାହ୍ନ ୯:୩୦ ରୁ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ଦୁଇଜଣ ପ୍ରଖ୍ୟାତ ଦନ୍ତ ଚିକିତ୍ସା ବିଶେଷଜ୍ଞ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବେ।

ଡାକ୍ତର ମନୀଷ ଅଗ୍ରୱାଲ (କନସଲ୍ଟାଣ୍ଟ ପ୍ରୋଷ୍ଟୋଡୋଣ୍ଟିଷ୍ଟ ଏବଂ ଇମପ୍ଲାଣ୍ଟୋଲୋଜିଷ୍ଟ) ସେହିପରି ଡାକ୍ତର ଅମିତ କୁମାର ପୃଷ୍ଟି (ସହକାରୀ ପ୍ରଫେସର, ପେରିଓଡୋଣ୍ଟିକ୍ସ ଏବଂ ଇମପ୍ଲାଣ୍ଟୋଲୋଜି ବିଭାଗ) ଦୁଇଟି ସନ୍ଦର୍ଭ ପାଠ କରିବେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ହାଇ-ଟେକ୍ ଗ୍ରୁପ୍ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ,

ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ଅଧ୍ୟକ୍ଷା ଇଂ ମଧୁସ୍ମିତା ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ ଏବଂ ଡାକ୍ତର ରାକେଶ ପାଣିଗ୍ରାହୀ ପ୍ରମୁଖଙ୍କ ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହା ସହିତ ହାଇ-ଟେକ୍ ଡେଣ୍ଟାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର,

ପ୍ରଫେସର ଡାକ୍ତର ପ୍ରଭାସ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମର ଉପଦେଷ୍ଟା ମଣ୍ଡଳୀରେ ରହିଥିବା ବେଳେ କମିଟିର ଆୟୋଜକ ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ସୁବାଷ ଚନ୍ଦ୍ର ନାୟକ ଏବଂ ଆୟୋଜକ ସମ୍ପାଦକ ଭାବେ ପ୍ରଫେସର ଡାକ୍ତର ଅଭିତୋଷ ଦେବତା ସମସ୍ତ କାର୍ଯ୍ୟ ପରିଚାଳନା କରିବେ ।














