ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସଆଇଆର- ୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ (AERO) ଓ ବିଏଲଓ (BLO) ମାନଙ୍କ ସହ ଗୁରୁବାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ଉପାନ୍ତ ଅଞ୍ଚଳ ଦୁର୍ଗାପାଙ୍ଗା, ଲାସେରୀ, ରିନ୍ଦାବାଲି ଓ ସିରାଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ ।

ଏହି ଅବସରରେ ଉପଜିଲ୍ଲାପାଳ ଙ୍କ ସହ ଅଧିକାରୀ ମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରି ଭୋଟର ତାଲିକାର ସଠିକତା ରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ନୂତନ ଭୋଟରଙ୍କ ନାମ ସଂଯୋଜନ, ତଥ୍ୟ ସଂଶୋଧନ ଏବଂ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଲୋଡ଼ିଥିଲେ ।















