• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ

Proprietor Abhimanyu Maharana by Proprietor Abhimanyu Maharana
June 5, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ
Share on FacebookShare on TwitterWhatsapp

ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବୁଧବାର ସକାଳେ ସମ୍ବର୍ଦ୍ଧନା କରି ସନ୍ଧ୍ୟା ରେ ଦଳରୁ ବିଜେଡିର ଦୁଇଜଣ ସ୍ଥାନୀୟ ନେତା ନିଲମ୍ବିତ ହୋଇଛନ୍ତି। ସେ ହେଲେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ବିଜେଡି ଜିଲା ଉପସଭାପତି ଟୁନା ଦାସ ଓ ବିଧାୟକଙ୍କ ପ୍ରତିନିଧୂ ପ୍ରମୋଦ କୁମାର ସାହୁ। ଦଳ ବିରୋଧୀ କାର୍ଯ୍ୟ ଲାଗି ସେମାନଙ୍କୁ ନିଲମ୍ବିତ କରାଯାଇଛି। ଦଳୀୟ ସଭାପତିଙ୍କ ନିଷ୍ପତ୍ତି କ୍ରମେ ସାଧାରଣ ସମ୍ପାଦକ ବିଜୟ ନାୟକ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି ।

ବାଲିଗୁଡା ବିଧାୟକ ଚକ୍ରମଣି କହଁର ଗତ ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ ଭୋଟ ଦେଇ ଦଳରୁ ନିଲମ୍ବିତ ହୋଇଥିଲେ। ଏହା ପରଠାରୁ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀକୁ ଆସି ନ ଥିଲେ। ବୁଧବାର ବିଜେଡ଼ି ଜିଲା ଉପସଭାପତି ଟୁନା ଦାସଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀର ୪ଟି ବ୍ଳକର ଦଳୀୟ କର୍ମର୍କତ୍ତା ଓ ହଜାର ହଜାର ହଜାର କର୍ମୀ ଉପସ୍ଥିତ ରହି ନିଲମ୍ବିତ ବିଧାୟକ ଚକ୍ରମଣି କହଁରଙ୍କୁ ସମ୍ବର୍ଦ୍ଧନା କରିଥିଲେ। ନିର୍ବାଚନ ମଣ୍ଡଳୀର ସମସ୍ତ ଆଗଧାଡିର ନେତା ଓ କର୍ମୀ ବିଧାୟକଙ୍କୁ ସାରଙ୍ଗଡ- ରାଇକିଆ ଛକ ଠାରୁ ସ୍ବାଗତ କରି ଏକ ବାଇକ୍ ଶୋଭଯାତ୍ରାରେ ପାଛୋଟି ନେଇଥିଲେ।

ମହାସିଙ୍ଗି ସ୍ଥିତ ଟୁନା ଦାସ ଙ୍କ ଫାର୍ମ ହାଉସରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ହୋଇଥିଲା। ସଭାରେ ବିଜେଡି ଜିଲା ଉପସଭାପତି ଟୁନା ଦାସ ଉଦ‌ବୋଧନ ଦେଇ ରାଜ୍ୟସଭା ନିର୍ବାଚନ ପରେ ବିଧାୟକଙ୍କୁ ବିଜେଡି ନିଲମ୍ବିତ କରିଥିଲେ ହେଁ ଦଳ ତାଙ୍କୁ ଭଲ ପାଉଥିବାରୁ କର୍ମୀମାନେ ଆଜି ଏକଜୁଟ ହୋଇ ସ୍ବାଗତ ଜଣାଇଛୁ ବୋଲି କହିଥିଲେ। ବିଧାୟକ ଅନେକ ବିକାଶ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ୪୦ଟି ରାସ୍ତା କାମର ଅନୁମୋଦନ ହୋଇଯାଇଛି। ନିର୍ବାଚନମଣ୍ଡଳୀର ୫୪ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ବିଧାୟକ ଆଣିପାରିଛନ୍ତି ବୋଲି କହି ସେ ବିଧାୟକଙ୍କୁ ପ୍ରଶଂସା କରିଥିଲେ।

ନିଲମ୍ବିତ ଥାଇ ମଧ୍ୟ ଟୁନା ଦାସଙ୍କ ନେତୃତ୍ବରେ ଜନସମାଗମରେ ମୋତେ ସମ୍ବଦ୍ଧିତ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବିଧାୟକ ଶ୍ରୀ କହଁର ସମ୍ବର୍ଦ୍ଧନା ସଭାରେ କହିଥିଲେ। ବିଗତ ଦିନରେ ସମସ୍ତଙ୍କ ସହିତ ଥୂଲି ଏବଂ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହି ଆମ ନିର୍ବାଚନ ମଣ୍ଡଳୀର ବିକାଶ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏନଏସି ଅଧ୍ଯକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକଙ୍କ ପ୍ରତିନିଧୂ ଅବନୀକାନ୍ତ ନାୟକ, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ, ଜିଲା ସମ୍ପାଦକ ପ୍ରମୋଦ ସାହୁ, ବିଧାୟକଙ୍କ କୋଟଗଡ଼ ପ୍ରତିନିଧୂ ମନୋଜ ସାବତ, ତିନୋଟି ବ୍ଲକର ଅଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

June 9, 2026
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

June 9, 2026
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

June 9, 2026
କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ

କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ

June 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

June 9, 2026
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

June 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version