• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
June 3, 2026
in ଓଡ଼ିଶା, ପୁରୀ, ହୋମ୍
0
ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ପୂର୍ବ ସତର୍କୀକରଣ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ l ଭାରତର ବ୍ରିକ୍ସ୍ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ଜୁନ୍ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (ଡିଆର୍‌ଆର୍‌ଜି)ର ବୈଠକ ଆୟୋଜିତ ହେଉଛି ।

“ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ତଥା ସମନ୍ଵୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ” ଶୀର୍ଷକରେ ଆୟୋଜିତ ଏହି ବୈଠକରେ ବ୍ରିକ୍ସ୍ ସଦସ୍ୟ ରାଷ୍ଟ୍ର ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବେ।ବୈଠକରେ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ,

ବିପର୍ଯ୍ୟୟ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଦ ପାଇଁ ପୂର୍ବ ସତର୍କୀକରଣ ବ୍ୟବସ୍ଥା, ବିପର୍ଯ୍ୟୟ-ପ୍ରତିରୋଧକ ଭିତ୍ତିଭୂମି,ପ୍ରକୃତିଭିତ୍ତିକ ସମାଧାନ ଏବଂ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା ବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ । ସାଧାରଣ ବିପର୍ଯ୍ୟୟଜନିତ ଆହ୍ଵାନଗୁଡ଼ିକର ମୁକାବିଲା ପାଇଁ ପାରସ୍ପରିକ ଶିକ୍ଷା, ସହଯୋଗ ଓ ଅନୁଭୂତି ବିନିମୟ ମାଧ୍ୟମରେ ବିପର୍ଯ୍ୟୟ-ପ୍ରତିରୋଧୀ ସମାଜ ଏବଂ ସ୍ଥାୟୀ ବିପର୍ଯ୍ୟୟ ବିପଦ ହ୍ରାସ ଢାଞ୍ଚା ଗଠନ କ୍ଷେତ୍ରରେ ବ୍ରିକ୍ସ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ଏହି ବୈଠକ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ବାତ୍ୟା ପରିଚାଳନା, ପୂର୍ବ ସତର୍କୀକରଣ ପ୍ରସାରଣ, ସ୍ଥାନାନ୍ତରଣ ଯୋଜନା ଏବଂ ଗୋଷ୍ଠୀଭିତ୍ତିକ ପ୍ରତିକ୍ରିୟା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ୱସ୍ତରୀୟ ସଫଳତା ଓ ସ୍ୱୀକୃତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ଏହି ବୈଠକର ଆୟୋଜକ ରାଜ୍ୟ ଭାବେ ଚୟନ କରାଯାଇଛି। ବିଶେଷକରି ବାତ୍ୟା ପରିଚାଳନାରେ ଶୂନ୍ୟ ଜନହାନି (ଜିରୋ କାଜୁଆଲିଟି) ସୁନିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶାର ସଫଳତା ଆନ୍ତର୍ଜାତିକସ୍ତରରେ ପ୍ରଶଂସିତ ହୋଇଛି।କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ରାମଚଣ୍ଡୀଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ(ଓଡ୍ରାଫ୍) ପକ୍ଷରୁ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରତିକ୍ରିୟା ପ୍ରଦର୍ଶନୀ ପରିଦର୍ଶନ କରିବେ ।

ଏହାସହ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ)ଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ଗୋଷ୍ଠୀର ସ୍ୱେଚ୍ଛାସେବୀମାନଙ୍କ ସହ ମତବିନିମୟ କରି ଉପକୂଳୀୟ ବିପର୍ଯ୍ୟୟ ପ୍ରତିରୋଧ ତଥା ପରିଚାଳନା ଏବଂ ସମୁଦାୟ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ପ୍ରତିନିଧିଗଣ ପ୍ରତ୍ୟକ୍ଷ କରିବେ। ଏହାବ୍ୟତୀତ ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମଧ୍ୟ ପରିଦର୍ଶନ କରିବେ । ବୈଠକର ଉଦ୍‌ଘାଟନୀ ଅଧିବେଶନ ଏବଂ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏନ୍‌ଡିଏମ୍‌ଏର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ ଡଃ କୃଷ୍ଣ ସ୍ୱରୂପ ବତ୍ସ ଏବଂ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

June 7, 2026
ପ୍ରଚଣ୍ଡ ଗ୍ରୀଷ୍ମରେ ମାନବିକତାର ନିଆରା ଦୃଷ୍ଟାନ୍ତ : “ଦି କୋର୍ ଫୋର୍”ର ମହାନ ସେବା

Young Hearts, Big Impact : “The Core Four” Spread Kindness Amid the Summer Heat

June 7, 2026

Recent News

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

June 7, 2026
ପ୍ରଚଣ୍ଡ ଗ୍ରୀଷ୍ମରେ ମାନବିକତାର ନିଆରା ଦୃଷ୍ଟାନ୍ତ : “ଦି କୋର୍ ଫୋର୍”ର ମହାନ ସେବା

Young Hearts, Big Impact : “The Core Four” Spread Kindness Amid the Summer Heat

June 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version