ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରକ୍ତଦାନ, ବୃକ୍ଷ ରୋପଣ ଓ ସମାଜସେବା, ପଶୁ ପକ୍ଷୀ ଙ୍କୁ ଖାଦ୍ୟ ଓ ଜଳ ଦାନ କରିବା ସହ ଓଡିଶା ରାଜ୍ୟ ଅମଲା ସଙ୍ଘ ର ସଫଳ ନେତୃତ୍ୱ ନେଇ ଜ୍ଞାନ ରଞ୍ଜନ ମହାନ୍ତି ଭଦ୍ରକ ଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି | ଓଡିଶା ରେ କାର୍ଯ୍ୟରତ ଅମଲା ମାନଙ୍କ ସମସ୍ୟା, ଅଭାବ, ଅସୁବିଧା କୁ ସରକାର ଙ୍କ ନିକଟରେ ଦାବୀ ଉପସ୍ଥାପିତ କରି ଅମାଲାମାନଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି |

ଗତ ସପ୍ତାହ ରେ ସତ୍ୟବାଦୀ ବିରଗୋବିନ୍ଦପୁର ର ୧୫ ବର୍ଷ ର ବାଳକ କୁ ଥଲେସେମିଆ ରୋଗ ପାଇଁ ରକ୍ତଦାନ କରି ମହାନ ବ୍ୟକ୍ତିତ୍ୱ ର ପରିଚୟ ଦେଇପାରିଛନ୍ତି | ଭଦ୍ରକ ଧାମରା ଗୌରାଙ୍ଗ ପୁର ଠାରେ ଅନୁଷ୍ଠିତ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ନବକଳେବର ଉତ୍ସବ ରେ ଯୋଗ ଦେଇ ଉଚ୍ଚଶିକ୍ଷା, କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଙ୍କ ଠାରୁ ମାନପତ୍ର, ଉପଢୌକନ ପ୍ରାପ୍ତ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି |
ଏହା ଶୁଣି ରାଜ୍ୟ ଅମଲା ସଙ୍ଘ ର ଶହ ଶହ ଅମଲା ମାନେ ଅଭିନନ୍ଦନ ଜଣାଇଛନ୍ତି | ଜନତା ଙ୍କ ସେଵା କୁ ବ୍ରତ ଭାବେ ଗ୍ରହଣ କରି ସରକାରୀ କର୍ମ ରେ ଯୋଗ ଦେଇଥିଲେ |ଗତ ସପ୍ତାହ ରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ଠାରେ ଅନୁଷ୍ଠିତ ରାଜ୍ୟ ଅମଲା ସଙ୍ଘ ସମ୍ମିଳନୀ ରେ ଦ୍ୱିତୀୟ ଥର ପାଇଁ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି |
ବହୁମୁଖୀ ପ୍ରତିଭା ଓ ସଂଗଠନ ପ୍ରେମୀ ଭାବେ ଓଡିଶା ରେ ପରିଚିତ | ପ୍ରକୃତି ପ୍ରେମୀ ମଣିଷ ଭାବେ ଶହ ଶହ ବୃକ୍ଷ ରୋପଣ କରିଛନ୍ତି | ବର୍ତମାନସୁଦ୍ଧା ୨୨ ଜଣଙ୍କୁ ରକ୍ତଦାନ କରିସାରିଲେଣି | ଏହି ସମ୍ମାନ ପାଇଁ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅମାଲାମାନେ ଖୁସିବ୍ୟକ୍ତ କରିଛନ୍ତି |














