• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଧାୟକ ଙ୍କ ନିଜସ୍ୱ ଗ୍ରାମ ରାସ୍ତା ୪ବର୍ଷ ହେଲା ନିର୍ମାଣ ସରୁନି : ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ

Proprietor Abhimanyu Maharana by Proprietor Abhimanyu Maharana
June 2, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ବିଧାୟକ ଙ୍କ ନିଜସ୍ୱ ଗ୍ରାମ ରାସ୍ତା ୪ବର୍ଷ ହେଲା ନିର୍ମାଣ ସରୁନି : ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ
Share on FacebookShare on TwitterWhatsapp

ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ମରଣଯନ୍ତା ପାଲଟିଥିବା ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ୪ ବର୍ଷ ହେବ କଇଁଝର-ଗୁଟିଙ୍ଗିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ବେଳେ ଏବେ ଠିକାଦାରଙ୍କ ଲାଭ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ପରିତାପର ବିଷୟ ହେଉଛି, ଏହି ରାସ୍ତାଟି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନିଜ ଗାଁର ରାସ୍ତା ହୋଇଥିଲେ ମଧ୍ୟ ଏହାର କାମ ଅଧପନ୍ତରିଆ ହୋଇ ପଡ଼ିରହିଛି ।

ମିଳିଥିବା ସୂଚନା ମୁତାବକ, ଗତ ୨୦୧୯ ମସିହାରେ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା। ମାତ୍ର କୋଭିଡ୍ ମହାମାରୀ ସମୟରେ ତତ୍କାଳୀନ ଠିକାଦାରଙ୍କ ମୃତ୍ୟୁ ଘଟିବା ପରେ କାମଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେହି ସମୟରେ ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାକୁ ମୁକୁଳା କରି ଛାଡ଼ି ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ କଇଁଝର ଠାରୁ ଦାଣ୍ଡିଙ୍ଗପାଙ୍ଗା ପର୍ଯ୍ୟନ୍ତ ମାତ୍ର ୩ କିଲୋମିଟର ଏବଂ ସେପଟେ ବିରଙ୍ଗୀ ଠାରେ ଅଧା କିଲୋମିଟର ରାସ୍ତାରେ କେବଳ ଥରେ ମାତ୍ର ପିଚୁ ପଡ଼ିଥିଲା। ଏହାପରେ ଆଉ କାମ ଆଗକୁ ବଢ଼ିନାହିଁ।ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବସ୍ଥା ସାଙ୍ଘାତିକ ହୋଇପଡ଼ିଛି ।

ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ଓ ମୃତ୍ୟୁ ବରଣ କରୁଛନ୍ତି। ଏହା ସତ୍ତ୍ୱେ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ନିରବଦ୍ରଷ୍ଟା ସାଜିଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ମାତ୍ର ନୂତନ ଠିକାଦାର ଅଧିକ ମୂଲ୍ୟରେ (ଏକ୍ସେସ ରେଟ )ଟେଣ୍ଡର ପାଇଥିବାରୁ, ଏହାର ଚୂଡ଼ାନ୍ତ ଅନୁମୋଦନ ପାଇଁ ଫାଇଲ୍ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀଙ୍କ ପାଖକୁ ପଠାଯାଇଛି। ସେଠାରୁ ମଞ୍ଜୁରୀ ମିଳିବା ପରେ ହିଁ କାର୍ଯ୍ୟ ଆରମ୍ଭ ହେବ।

ତେବେ ସରକାରୀ କାଗଜପତ୍ର ଓ ଠିକାଦାରଙ୍କ ଲାଭ-କ୍ଷତିର ଅଙ୍କକଷା ଭିତରେ ସାଧାରଣ ଜନତା କାହିଁକି ବଳିପଡ଼ିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ, ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଗାଁର ଏହି ସମସ୍ୟାକୁ ନେଇ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ବିଷୟରେ ଅନେକ ଥର ତାଗିଦ୍ କରିବା ସହ ତୁରନ୍ତ କାମ ସାରିବାକୁ କହିଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷା ଦିନ ପାଖେଇ ଆସୁଥିବାରୁ ଯଦି ତୁରନ୍ତ ଏହି ରାସ୍ତା ମରାମତି ବା ନିର୍ମାଣ କାର୍ଯ୍ୟ କରା ନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଶାସନର ସବୁ ବ୍ଯବସ୍ଥା ଫେଲ ବଡଦାଣ୍ଡ ପାଲଟିଲା ମାଳିନୀ ନଦୀ

ପ୍ରଶାସନର ସବୁ ବ୍ଯବସ୍ଥା ଫେଲ ବଡଦାଣ୍ଡ ପାଲଟିଲା ମାଳିନୀ ନଦୀ

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଶାସନର ସବୁ ବ୍ଯବସ୍ଥା ଫେଲ ବଡଦାଣ୍ଡ ପାଲଟିଲା ମାଳିନୀ ନଦୀ

ପ୍ରଶାସନର ସବୁ ବ୍ଯବସ୍ଥା ଫେଲ ବଡଦାଣ୍ଡ ପାଲଟିଲା ମାଳିନୀ ନଦୀ

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version