ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ କରି ବିଏଲଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଉପ ଜିଲ୍ଲାପାଳ ଏସ ଆଇ ଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶନିବାର ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧୂକାରୀ (ବିଏଲଓ) ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବେ। ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍ ଲଗାଇବା ପାଇଁ ସ୍ଥାନ ରହିଛି। ଭୋଟର ମାନେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସଠିକ୍ ବିବରଣୀ ଯେପରିକି- ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ୍ ନମ୍ବର ଏବଂ ଭୋଟର କ୍ରମିଜ ନମ୍ବର ଆଦି ପୂରଣ କରିବେ। କୌଣସି ସନ୍ଦେହ ଉପୁଜିଲେ, ଫର୍ମରେ ଉଲ୍ଲେଖ ଥିବା ବିଏଲ୍ଓଙ୍କ ମୋବାଇଲ୍ ନମ୍ବରରେ ଲୋକେ ସିଧାସଳଖ ଯୋଗାଯୋଗ କରିପାରିବେ । ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲ୍ଓମାନେ ପୁଣିଥରେ ଘରକୁ ଆସି ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସଂଗ୍ରହ କରିବେ।














