ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ମହାପ୍ରଭୁଙ୍କ ଆଗରେ ପାରମ୍ପରିକ ମାହାରୀ ନୃତ୍ଯକୁ ବଡଦାଣ୍ଡ ଓ ମଞ୍ଚରେ ପ୍ରଦର୍ଶିତ କରାନଯାଉ ବୋଲି ପୁରୀ ପରମ୍ପରା ସୁରକ୍ଷା ମଞ୍ଚର ସାଂଗଠନିକ ବୈଠକରେ ଏହି ନୃତ୍ଯ ବନ୍ଦ ପାଇଁ ଦାବି କରାଯାଇଛି । ଶ୍ରୀମନ୍ଦିରରେ ବହୁବର୍ଷ ତଳେ ଦେବଦାସୀ ପ୍ରଥା ଓ ମାହାରୀ ନୃତ୍ଯ ପରମ୍ପରା ରହିଥିଲା । ଶ୍ରୀମନ୍ଦିର ପ୍ରଶାସନ ଦେବଦାସୀ ନିଯୁକ୍ତି ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ କୋର୍ଟରେ ମାମଲା ହୋଇଥିଲା । ସୁପ୍ରିମକୋର୍ଟ ଏହି ନିଯୁକ୍ତିକୁ ବନ୍ଦ କରିଥିଲେ ।















