ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିଥିବା ଦେଖିବାକୁ ମିଳିଥିଲା । ହଠାତ୍ ଆରମ୍ଭ ହୋଇଥିବା ଏହି ବର୍ଷାରେ ବାଲିଗୁଡା ବସଷ୍ଟାଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିଲା । ବସଷ୍ଟାଣ୍ଡରେ ଥିବା ଡ୍ରେନ କୁ ଏନ ଏ ସି ନିୟମିତ ସଫା କରୁ ନ ଥିବାରୁ ଜାମ ହୋଇ ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁ ନାହିଁ ।

ଫଳରେ ରାସ୍ତା ଉପରେ ପାଣି ଲହଡ଼ି ମାରୁଥିବା ଦେଖାଯାଇଥିଲା । ଏହା ଯୋଗୁଁ ଯାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।














