ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ଵମ୍ଭର ବିଦ୍ୟାପୀଠ ପରିସରରେ ପିଲାଙ୍କ ଖବର କାଗଜ ଶିଶୁ ସମାଚରର ଉନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରାଯାଇ ସ୍ୱାଗତ କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ପରିବାରର ସଦସ୍ୟ ଶିକ୍ଷାବିତ୍ ଧୃବଚରଣ କର, ଅବନୀଶ ରଥ, ରଘୁନାଥ ଜଗଦ୍ଦେବ, ସିଦ୍ଧାର୍ଥ ରାୟ, ଗୌରବ ପାସୋରିୟା,

କୁମାର ଉତ୍ସବର ସଂପାଦକ ସ୍ୱାଧୀନ ପଣ୍ଡା ପ୍ରମୁଖ ଯୋଗ ଦେଇ କୁନି କୁନି ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଓ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଶିଶୁ ସମାଚାର ଯେଉଁ ପ୍ରଚେଷ୍ଠା ଜାରି ରଖିଛି ତାହା ବେସ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ବୋଲି କହିଥିଲେ । ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ବରିଷ୍ଠ ଚିତ୍ର ଶିଳ୍ପୀ ଚ଼ନ୍ଦ୍ର ମହାରଣା, ଦୂର୍ଗା ମାଧବ କର, ନୃସିଂହ ପ୍ରସାଦ ନାୟକ, ସତ୍ୟନାରାୟଣ ପାଢୀ, କାଞ୍ଚନ ଶୁକ୍ଳା ,
ମୀନାକ୍ଷୀ ଦାସ, ମିଟୁ ସୁବୁଦ୍ଧି ସଠିକ୍ ମୂଲ୍ୟାଙ୍କନ କରିଥିଲେ। ଶିଶୁ ପ୍ରାରମ୍ଭ ପ୍ରତିଯୋଗିତାରେ ବିନାୟକ ଶିକ୍ଷା ମନ୍ଦିରର ଏମ୍ ସିଦ୍ଧିଦାତ୍ରୀ ସ୍ୱାଇଁ ପ୍ରଥମ, ଉକ୍ତ ବିଦ୍ୟାଳୟର ଅଭିଜିତ ସାସ୍ମଲ ଏବଂ ବ୍ଲେସ୍ ସାକ୍ରମେଣ୍ଟ ହାଇସ୍କୁଲର ଭାବିକ୍ ପାସୋରିଆ ଯୁଗ୍ମ ଦ୍ୱିତୀୟ ଓ ବିଜ୍ ବିସ୍ ଏକାଡେମୀର ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗୁଣ୍ଡିଚା ଇଂଲିସ୍ ମିଡିୟମ ସ୍କୁଲର ଆଦିତ୍ରୀ ଅଭିନବ୍ୟ ସାହୁ,

ଡିଏଭି ସ୍କୁଲର ରାଜଲକ୍ଷ୍ମୀ ସାହୁ ଓ ସତ୍ୟଭାମା ଇଂଲିସ୍ ମିଡିୟମର ପଦ୍ମାକ୍ଷୀ ପଦ୍ମଜା ପଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚତୁର୍ଥରୁ ସପ୍ତମ ଶ୍ରେଣୀରେ ଡିପିଏସ୍ ନାଲ୍କୋ ନଗର ଅନୁଗୋଳର ପ୍ରୟାସା ପ୍ରଜ୍ଞାନ ସାହୁ, ଡିଏଭି ପବ୍ଲିକ୍ ସ୍କୁଲର ସଂପଦ କୁମାର ଦାସ୍ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମଧୁବନର ସୃଷ୍ଟି ସ୍ୱରୂପା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲ ।
ଅଷ୍ଟମରୁ ଦଶମ ଶ୍ରେଣୀରେ ଡିଏଭି ପବ୍ଲିକ୍ ସ୍କୁଲ୍ ର ଅନୁରାଗ ଆଚାର୍ଯ୍ୟ, ସାରସ୍ଵତ ବିଦ୍ୟା ନିକେତନ ଅନୀଶ୍ ଦାସ ଓ ବିଶ୍ଵମାର ବିଦ୍ୟପୀଠର ଆୟୁଷ୍ମାନ ମହାରଣା ଯଥାକ୍ରମେ ପ୍ରଥମ । ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡା ପ୍ରତିଯୋଗିତା ସଂମ୍ବନ୍ଧରେ ସୂଚ଼ନା ଦେବା ସହ ଆଗାମୀ ଦିନରେ ଚେସ୍ , ଯୋଗ,
ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କହିବା ସହ ଅଗଷ୍ଟ ୮ ତାରିଖରେ ପୁରୀ ପୌର ସଦନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସମସ୍ତ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ । ଡ.ସ୍ନେହଲତା ରଥ, ସ୍ମିତା ଶ୍ରୀ ମହାନ୍ତି, ସୁଶ୍ରୀ ସଂଙ୍ଗିତା ପ୍ରଧାନ, ସ୍ନିଗ୍ଧା ମିଶ୍ର । ଶ୍ରୀୟା ଶ୍ରୀ ପଣ୍ଡା,ବିନିତା ଦିକ୍ଷୀତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପରିବାର ସଦସ୍ୟ ସରତ ରାୟଗୁରୁ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍ ଶିବ ସୁନ୍ଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।














