ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରି ଜିଲ୍ଲା ଗୋପ ବ୍ଲକ ନାଗପୁର ସ୍ଥିତ ଶ୍ରୀ ମହାବୀର ସେବା ଶ୍ରମ ଏବଂ ସୁଦର୍ଶନ ମିଶନ ଟ୍ରଷ୍ଟ ତରଫରୁ ଏକ ଭିନ୍ନ ଧରଣର ଇଂରାଜୀ ପୁସ୍ତକ ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଛି | ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ପରିସରରେ ଅଵସର ପ୍ରାପ୍ତ ଶିକ୍ଷକ ତଥା ଲେଖକ ସୁଦର୍ଶନ ସାମନ୍ତରାୟଙ୍କ ରଚିତ My Home MY world ‘ ପୁସ୍ତକ ଟି ଉନ୍ମୋଚନ ହୋଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମୁଖ୍ୟ ନ୍ୟାୟମୂର୍ତ୍ତି ( ଝାଡଖଣ୍ଡ ) ତଥା ବର୍ତମାନ ଜାତୀୟ ମାନବ ଅଧିକାର କମିଶନର ( ଦିଲ୍ଲୀ ) ର ଡ଼ଃ ବିଦ୍ୟୁତ ରଞ୍ଜନ ଷଢଙ୍ଗୀ ଯୋଗ ଦେଇ ପୁସ୍ତକ ଉନ୍ମୋଚନ ଉତ୍ସବ ରେ ପୌରହିତ୍ୟ କରିଥିଲେ | ଉପଵକ୍ତା ରୂପେ ଇଂରାଜୀ ଅଧ୍ୟାପକ ଡ଼ଃ ରବୀନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ |
ସମୁଦାୟ ବିଶ୍ୱକୁ ଏକ ଭେଦ ଶୂନ୍ୟ, ଧର୍ମ ମୁକ୍ତ , ରାଜନୀତି ବିହିନ ସମାଜ ଗଠନ କରିବାକୁ ଉକ୍ତ ପୁସ୍ତକରେ ଆହ୍ୱାନ ଦିଆଯାଇଛି | ଯାହାର ମୂଳ ପିଣ୍ଡ ହେଉଛି ଆଧ୍ୟାତ୍ମିକ ଓ ମାନବିକତାର ନିଦର୍ଶନ ସହ ଲେଖକ ଦୁର୍ନୀତି ଓ ସଂସ୍କାର ମୁକ୍ତ ସମାଜ ଗଠନ ପାଇଁ ପୁସ୍ତକ ଦିଗଦର୍ଶନ ସଦୃଶ ବୋଲି ଡ଼ଃ ଶ୍ରୀ ସ୍ୱାଇଁ ପୁସ୍ତକ ସମୀକ୍ଷା କରିଥିଲେ | ପ୍ରଫୁଲ୍ଲ ମହାରଣା ଏବଂ କାର୍ତିକ ଚନ୍ଦ୍ର ବାରିକ ତାଙ୍କର ନିଜସ୍ୱ ମତ ରଖିଥିଲେ | ଉକ୍ଟ କାର୍ଯ୍ୟକ୍ରମରେ ବିଶିଷ୍ଠ ବଂଶୀ ବାଦକ ଶ୍ରୀ ରତ୍ନାକର ତ୍ରିପାଠୀ ରାଗଦେଶ ପରିବେଷଣ କରିଥିଲେ | ଆଉ ମଧ୍ୟ ଲେଖକ ସୁଦର୍ଶନ ସାମନ୍ତରାୟ ଗୀତ ଗୋବିନ୍ଦ ଗାନ କରି ଶ୍ରୋତାଙ୍କ ମନମୁଗ୍ଧ କରିଥିଲେ | ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ହରପ୍ରିୟା କର ଧନ୍ୟବାଦ ଦେଇଥିଲେ | ଉକ୍ତ ଉତ୍ସବରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସାହିତ୍ୟିକମାନେ ଯୋଗଦେଇଥିଲେ |














