ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବୈଶାଖ ଓ ଜୈଷ୍ଠ ମାସରେ ପ୍ରବଳ ଖରା ଯୋଗୁ ବାଟୋଇ ଓ ପଥଚାରୀ ଡହଳବିକଳ ହେଉଛନ୍ତି । ପର୍ଯ୍ୟଟକ, ତୀର୍ଥଯାତ୍ରୀ ମଧ୍ଯ ମନ୍ଦିର ଓ ସମୁଦ୍ର କୁ ଯାଆଆସ କରୁଛନ୍ତି । ଏହି ଅବସ୍ଥା କୁ ଲକ୍ଷ କରି ୨୦୦୨ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଶୀତଳବମ୍ଫ ବ୍ଯବସ୍ଥା ଟାଉନହଲ ଛକରେ ଶୀତଳବାମ୍ଫ ଆରମ୍ଭ ହୋଇଥିଲା । ଦୀର୍ଘ ୨୫ ବର୍ଷ ଧରି ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସଦରବାସୀଙ୍କୁ ଶୀତଳବାମ୍ଫ ସାମୟୀକ ଶାନ୍ତି ପ୍ରଦାନ କରୁଛି । ସବୁଠାରୁ ଚମତ୍କାର ହେଉଛି ପଦିଆ ଭାଇନା ଓରଫ ପଦ୍ମନାଭ ତ୍ରିପାଠୀଙ୍କ ସେବା ।
ସ୍ନେହୀ ମଣିଷ ଟିଏ । ଦରଦି ଭରା ହୃଦୟରେ ପର ଆପଣା ବିଚାର ନକରି ସେବା କରି ଚାଲିଛନ୍ତି । ଡହଡହ ଖରା ତାତି ଓ ଗୁଳୁଗୁଳିରେ ପେଟକୁ ଥଣ୍ଡା କରୁଛି ଟଙ୍କତୋରାଣୀ ଓ ମୁଣ୍ଡକୁ ଥଣ୍ଡା ରଖୁଛି ଶୀତଳବାମ୍ଫ । ଟଙ୍କତୋରାଣୀ ପିଇ ଶୀତଳବାମ୍ଫ ନେଇ ପର୍ଯ୍ୟଟକ ପାଟିରୁ ବାହାରି ପଡୁଛି ଓ ହୋ କି ଶାନ୍ତି । ଶୀତଳବାମ୍ଫ ପାଇଁ ଆଇସି ବକ୍ସ, ଶୁଦ୍ଧ ପାଣି, କର୍ପୁର ଗୁଣ୍ଡ, ଅଗୁର ଗୁଣ୍ଡ ଓ ଚନ୍ଦନ ମିଶ୍ରିତ ପାଣି ।
ଧଳା ଛୋଟ ଟାଉଲ, ନବରତ୍ନ ପାଉଡର ଓ ସୁଗନ୍ଧିତ ସେଣ୍ଟ ସରଞ୍ଜାମ ରଖାଯାଇଛି । ପଥିକ ପ୍ରଥମେ ଛାଇତଳେ ପ୍ଲାଷ୍ଟିକ ଚେୟାରେ ବସୁଛନ୍ତି । ଥଣ୍ଡା ପାଣିରୁ ସବୁ ସରଞ୍ଜାମ ମିଶ୍ରିତ ଧଳା ଟାଉଲ ଚିପୁଡି ପଥିକଙ୍କ ମୁହଁ ଓ ହାତ ପୋଛି ମୁଣ୍ଡରେ ଥୁଆ ଯାଉଛି । କର୍ପୁର ଗ୍ଯାସ ଯୋଗୁ ଆଖି ଥଣ୍ଡା ଲାଗିବା ସହ ଆଖି ଆସ୍ତେ ଆସ୍ତେ ଥଣ୍ଡା ଅନୁଭବ ଲାଗୁଛି । ପରେ ନବରତ୍ନ ପାଉଡର ଓ ସୁଗନ୍ଧିତ ସେଣ୍ଟ ପକାଇବା ପରେ ମନ ପ୍ରଫୁଲ୍ଲ ରହୁଛି ।
















