ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗୋପାଳପୁର ସ୍ଥିତ ଆଇ. ଏମ. ଟି ଫାର୍ମାସୀ କଲେଜ ପକ୍ଷରୁ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ଏହି ନିଯୁକ୍ତି ଚୟନ ପ୍ରକ୍ରିୟା ୩ଟି ଭିନ୍ନ ଦିବସ ଯଥା ଚଳିତ ମଇ ୧୫ ଓ ଅପ୍ରେଲ ୧୩ ଏବଂ ୧୭ ରେ କଲେଜ୍ କ୍ୟାମ୍ପସ୍ ମଧ୍ୟରେ ଆୟୋଜନ କରାଯାଇଥିଲା । ପ୍ରତିଷ୍ଠିତ ଔଷଧ କମ୍ପାନୀ ଆଲ୍କେମ୍ ର ଏକ ଉଦ୍ୟୋଗ୍ ଇଂଡିକେମି ତରଫରୁ ଗୁଣବତ୍ତା ବିଭାଗ ମୁଖ୍ୟ ଚନ୍ଦ୍ର ପ୍ରକାଶ ତ୍ରିପାଠୀ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ପ୍ରମୋଦ କୁମାର ସିଂହ, ଏହି ଚୟନ ପ୍ରକ୍ରିୟା କୁ ପରିଚଳନା କରିଥିଲେ ।















