• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଂସ୍କୃତି ଏକାଡେମୀ ଦ୍ୱାରା ‘ତାଳ ତରଙ୍ଗ’ ଉତ୍ସବ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
May 20, 2026
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
Sanskriti Academy Hosts ‘Taal Tarang’ Festival with grandeur
Share on FacebookShare on TwitterWhatsapp

ନୂଆଦିଲ୍ଲୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀ ଦ୍ୱାରା ‘ତାଳ ତରଙ୍ଗ’ ଶୀର୍ଷକ ଏକାଦଶ ତମ ବାର୍ଷିକ ନୃତ୍ୟ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୂଆଦିଲ୍ଲୀର ଲାଜପତ ନଗର ସ୍ଥିତ ଲାଜପତ ଭବନ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଓ ଶୋଭନୀୟ ଭାବରେ ସଜା ଯାଇଥିବା ଦେଖାଯାଇଥିଲା ।

ମହୋତ୍ସବରେ ସଂସ୍ଥାର ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରଙ୍କୁ ମିଶାଇ ମୋଟ ତେଇଶ ଜଣ ପ୍ରତିଭା ସେମାନଙ୍କର ସୃଜନଶୀଳ କଳା ଚାତୁର୍ଯ୍ୟ ପରିବେଷଣ କରିଥିଲେ । ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀ, ଗୁରୁ ଶ୍ରୀମନ୍ତ କୁମାର ମିଶ୍ରଙ୍କ ଦ୍ୱାରା ୨୦୧୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଶୁଦ୍ଧତା ଆଧାରିତ ବ୍ୟାପକ ତାଲିମ ଜରିଆରେ ଓଡ଼ିଶୀ ନୃତ୍ୟର ସଂରକ୍ଷଣ, ସମ୍ପ୍ରସାରଣ ଓ ପ୍ରୋତ୍ସାହନ, ଏହି ଏକାଡେମୀର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଏହି ଅନୁଷ୍ଠାନକୁ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୁରୁ ଶ୍ରୀମନ୍ତ କୁମାର ମିଶ୍ର,

ସମ୍ପାଦନା ଟ୍ରଷ୍ଟି ତଥା ଉପଦେଷ୍ଟା ମଧୁଛନ୍ଦା ତ୍ରିପାଠୀ ଏବଂ ଯୁଗ୍ମ ସମ୍ପାଦିକା ହର୍ଷିତା ପଲ୍ଲବୀ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି । ଓଡ଼ିଶୀ ନୃତ୍ୟର ଜଣେ ଉତ୍କୃଷ୍ଟ ତଥା ଉତ୍ସର୍ଗୀକୃତ ସାଧକ ଗୁରୁ ଶ୍ରୀ ମିଶ୍ର ଏକାଧାରରେ ଜଣେ ଅସାଧାରଣ ଶିକ୍ଷକ, ଅନନ୍ୟ ନୃତ୍ୟଶିଳ୍ପୀ, ଅସାମାନ୍ୟ ମଂଚ କଳା ବିଶାରଦ ଓ ବାଗ୍ମୀ ପ୍ରବକ୍ତା ଭାବରେ ନିଜର ପରିଚିତି ହାସଲ କରିଛନ୍ତି । ୧୯୯୦ ମସିହାରେ ପ୍ରଖ୍ୟାତ ଓଡ଼ିଶୀ ଗୁରୁ ମାଧବ ଚନ୍ଦ୍ର ପଲାଇଙ୍କର ତତ୍ୱାବଧାନ ରେ ଓଡ଼ିଶୀ ଶିକ୍ଷା ଆରମ୍ଭ କରିଥିବା, ଶ୍ରୀ ମିଶ୍ର ପରବର୍ତ୍ତୀ ସମୟରେ ଗୁରୁ ସ୍ବର୍ଗତଃ ଡ଼ଃ ବିଦ୍ୟୁତଲତା ଚୌଧୁରୀ ଏବଂ ଗୁରୁ ମୁକ୍ତିଲତା ପାଲଙ୍କଠାରୁ ନୃତ୍ୟ ଜନିତ ଶାସ୍ତ୍ରୀୟତାର ଗୁଢ ଗୁଣାବଳୀ ଆହରଣ କରିଛନ୍ତି ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ନୃତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଗୁରୁ ଶ୍ରୀ ମିଶ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ମର୍ଯ୍ୟାଦାଜନକ ସଙ୍ଗଠନ ତରଫରୁ ଓଡ଼ିଶୀ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ବହୁ ପୁରସ୍କାର ଓ ପ୍ରଶସ୍ତି ପତ୍ର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆମନ୍ତ୍ରିତ ଅତିଥି ଏବଂ ଆୟୋଜକମାନଙ୍କ ଦ୍ୱାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହର ଶୁଭାରମ୍ଭ ହୋଇଥିଲା । ସମାବେଶକୁ ସମ୍ବୋଧନ କରି ବରେଣ୍ୟ ଅତିଥି ବୃନ୍ଦ ଯଥା:- ବରିଷ୍ଟ ସାମ୍ବାଦିକ ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ,

ପ୍ରସିଦ୍ଧ କବୟତ୍ରୀ ପ୍ରିତୀମା ଖଣ୍ଡେଲୱାଲ ଏବଂ ବିଶିଷ୍ଟ ପ୍ରଶାସକ ଶୋଭନ କର, ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଉତ୍କୃଷ୍ଟ କଳା,ଉନ୍ନତ ଐତିହ୍ୟ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିକୁ ଲୋକପ୍ରିୟ କରିବାରେ ଗୁରୁ ଶ୍ରୀ ମିଶ୍ରଙ୍କର ଏବଂ ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀର ପ୍ରଭାବୀ ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକମର ସୁସଜ୍ଜିତ ପ୍ରସ୍ତୁତି ଗୁଡିକ ମଧ୍ୟରେ ମଙ୍ଗଳାଚରଣ, ସାବେରୀ ପଲ୍ଲବୀ, ବସନ୍ତ ପଲ୍ଲବୀ, ଦଶାବତାରମ, ଶ୍ରୀରାମଚନ୍ଦ୍ର ସ୍ତୁତି, ବଙ୍ଗଳା ଲୋକନୃତ୍ୟ ଏବଂ ଲୋକପ୍ରିୟ ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ଆଦି ସ୍ଥାନ ପାଇଥିଲା ।

ସଂଧ୍ୟାର ମୁଖ୍ୟ ଆକର୍ଷଣ ଗୁରୁ ଶ୍ରୀମନ୍ତ କୁମାର ମିଶ୍ର ଏବଂ ତାଙ୍କର ସୁପୁତ୍ରୀ ତଥା ଶିଷ୍ୟା ଆଦ୍ୟାଶା ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ସାବେରୀ ପଲ୍ଲବୀ ଥିଲା । ପିତା ଓ ପୁତ୍ରୀଙ୍କର ଯୁଗଳବନ୍ଦୀ ନୃତ୍ୟରେ ଆକର୍ଷକ ମୁଖାଭିନୟ, ରସମୟ ଅଙ୍ଗଭଙ୍ଗୀ ଏବଂ ବୈଦୁତିକ ପଦଚାଳନା ଦର୍ଶକ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ମନ୍ତ୍ରମୁଗ୍ଧ କରିଦେଇଥିଲା । ଅଂଶଗ୍ରହଣକାରୀ ଅନ୍ୟାନ୍ୟ ପ୍ରତିଭାବାନ କଳାକାର ମାନଙ୍କ ମଧ୍ୟରେ ସୁପ୍ରିୟା ବିଶିୟତ, ଆକାଂକ୍ଷା ବିଶିୟତ, ଶତାକ୍ଷୀ ତ୍ରିପାଠୀ, ସମୃଦ୍ଧି କାଉଲ,

ରାଖୀ ପ୍ରକାଶ, ଇତି ସାହାଣୀ, ଈପ୍ସିତା ଖଣ୍ଡେଲୱାଲ, କାବ୍ୟା ଗୋୟେଲ , କୋଏସା ପ୍ରଧାନ,ଆରାଧ୍ୟା ନାୟକ, ଅଲିଶା ଅଞ୍ଜଳି ସାହୁ, ତିଷ୍ୟା ରାୟ, ଶ୍ରାବି ସମ୍ପ୍ରିୟା, ରିଆଁଶି କାଶ୍ୟପ, ସୁଚିତ୍ରା ଦାଶ, ଲକ୍ଷ୍ମୀ ସାହୁ, ବାଣୀ ମହାନ୍ତି, ସୁଜାତା ପଣ୍ଡା, ସୁଚିତ୍ରା ରଥ, ସୁମନ ପ୍ରଧାନ ଏବଂ ବରଖା ଖଣ୍ଡେଲୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସୁଦକ୍ଷ ଉପସ୍ଥାପିକା ରୀତିକା ଧର ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସଞ୍ଜୀବ ପାଟ୍ଟଯୋଶୀ, ଶିଶିର ଦାସ, ପ୍ରଶାନ୍ତ ସାହୁ, ବିମଳ ପଣ୍ଡା, ଉମେଶ ପଣ୍ଡା, ଦିବ୍ୟଜ୍ୟୋତି ପଟ୍ଟନାୟକ, ଧୀରଜ ପ୍ରଧାନ, ବିନାୟକ ଦାସ , କାବେରୀ ବେହେରା, ସୁବ୍ରତ ପଣ୍ଡା, ଗୁରୁ ସୁଦର୍ଶନ ସାହୁ, ଗୁରୁ ସନ୍ତୋଷ ସ୍ୱାଇଁ ଏବଂ ଗୁରୁ ଅତସୀ ମିଶ୍ର ପ୍ରମୁଖ ସାମିଲ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Sanskriti Academy Hosts ‘Taal Tarang’ Festival with grandeur

ସଂସ୍କୃତି ଏକାଡେମୀ ଦ୍ୱାରା ‘ତାଳ ତରଙ୍ଗ’ ଉତ୍ସବ ଆୟୋଜିତ

May 20, 2026
Sanskriti Academy Hosts ‘Taal Tarang’ Festival with grandeur

Sanskriti Academy Hosts ‘Taal Tarang’ Festival with grandeur

May 20, 2026
ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି

ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି

May 20, 2026
ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

May 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Sanskriti Academy Hosts ‘Taal Tarang’ Festival with grandeur

ସଂସ୍କୃତି ଏକାଡେମୀ ଦ୍ୱାରା ‘ତାଳ ତରଙ୍ଗ’ ଉତ୍ସବ ଆୟୋଜିତ

May 20, 2026
Sanskriti Academy Hosts ‘Taal Tarang’ Festival with grandeur

Sanskriti Academy Hosts ‘Taal Tarang’ Festival with grandeur

May 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version