ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ- କୋଣାର୍କ ରାସ୍ତାର ବାଲିଗୁଆଳି ଠାରେ ନିର୍ମାଣା ହୋଇଛି ସ୍ବାମୀ ନାରାୟଣ ମନ୍ଦିର । ପାଚେରୀ କୁ ଲାଗି ରହିଛି ବାଲୁଖଣ୍ଡ ଅଭୟାରଣ୍ୟ ଓ ଇକୋ ସେନସିଟିଭ ଜୋନ । ଏହା ସତ୍ତ୍ବେ କିପରି ନିର୍ମାଣ ହେଲା ମନ୍ଦିର ଓ ପାଚେରୀ । ସେ ସମ୍ପର୍କରେ ଏନଜିଟିରେ ସଞ୍ଜୀବ କୁମାର ମହାନ୍ତି ଓ ସନ୍ତୋଷ କୁମାର ମହାନ୍ତି ମାମଲା ରୁଜୁ କରିଥିଲେ । ଏ ସମ୍ପର୍କରେ ରାଜ୍ଯ ପରିବେଶ ପ୍ରଭାବ ମୂଲ୍ଯାୟନ (ସିୟା ) ଓଡ଼ିଶା ପକ୍ଷରୁ ଜାତୀୟ ଗ୍ରୀନ ଟ୍ରିବୁନାଲ୍ (ଏନଜିଟି), ପୂର୍ବାଞ୍ଚଳ ବେଞ୍ଚ, କୋଲକାତା ଠାରେ ଏକ ସତ୍ଯପାଠ ଦାଖଲ କରିଛନ୍ତି ।

















