ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚନ୍ଦନପୁର ଥାନା ଅନ୍ତର୍ଗତ ତିଆଡିସାହି ଜୈନିକ ବ୍ଯକ୍ତିଙ୍କ ଘର ପଛପଟୁ ୨ ହଜାର ଲିଟର ପୋଚ ଓ ୨୦ ଲିଟର ଦେଶୀମଦ ଓ ୧ ଟି ହଣ୍ଡା ପୋଲିସ ଜବତ କରିଛି । ପୋଲିସକୁ ଦେଖି ପୋଚ ତିଆରେ କରିବା ବ୍ଯକ୍ତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।
ନିର୍ଭରଯୋଗ୍ଯ ସୁତ୍ରରୁ ଖବର ପାଇ ଚନ୍ଦନପୁର ଥାନା ପୋଲିସ ଘଟଣା ସ୍ଥଳକୁ ଯାଇଥିଲା । ଏ ସମ୍ପର୍କରେ ଚନ୍ଦନପୁର ଥାନାରେ ୧୧୪/୨୬ ରେ ମାମଲା ରୁଜୁ ହୋଇଛି । ଓଡ଼ିଶା ଏକସାଇଜ ଆକ୍ଟ ଓ ବିଏନଏସ ଧାରାରେ ମାମଲା ରୁଜୁ ହୋଇଛି ।














