ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଶ୍ରୀମନ୍ଦିରରେ ସୋମବାର ମଧ୍ଯାହ୍ନ ୧୨ଟାରେ ସକାଳଧୂପ ଶେଷ ହୋଇଥିଲା । ପରେ ପରେ ଅପରାହ୍ନ ୧ ଟା ୧୫ ମିନିଟରେ ଚାଙ୍ଗଡା ଘର ପାଖରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଅଛି । ୨ଟା ୧୦ରେ ଚାଙ୍ଗଡା ଘର ଧୁଆଧୋଇ ହୋଇ ଚୂନ ପାଣି ପଡିଥିଲା ।














