ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ ଚାଲିଥିବା ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଶରଣକୁଳ ଏଫ.ସି ଖଣ୍ଡପଡାକୁ ୨-୦ ଗୋଲରେ ହରାଇ ଚମ୍ପିଆନ ହୋଇଛି| ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସରଣକୁଳ ଦୁଇଟିଯାକ ଗୋଲ ଦେଇ ଦଳକୁ ବିଜୟୀ କରିଥିଲା ଫାଇନାଲ ଖେଳକୁ ମୁଖ୍ୟ ରେଫରୀ ଭାବେ ପ୍ରକାଶ ବିଶ୍ବାଳ ପରିଚାଳନା କରିଥିବାବେଳେ ସହଯୋଗୀ ରେଫରି ଭାବ ସୁବାସ ଚନ୍ଦ୍ର ବେହେରା, ବିଶ୍ୱଜିତ୍ ମହାପାତ୍ର ଯୋଗଦେଇଥିଲେ| ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବେ ଖଣ୍ଡପଡା ର ବିଧାୟକ ଦୁଷ୍ମନ୍ତ କୁମାର୍ ସ୍ଵାଇଁ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବାସହ ଉଭୟ ଚାମ୍ପିୟନ୍ ସରଣକୁଳ ଏଫ.ସି ଏବଂ ରନର୍ଶ ଅପ୍ ଖଣ୍ଡପଡା ଟିମକୁ କପ୍ ପ୍ରଦାନ କରିଥିଲେ |

ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ | ଜିଲ୍ଲା ଆଥେଲେଟିକ ଆସୋସିଏସନର ସଭାପତି ତଥା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ୍ ପଟ୍ଟନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର୍, ଡିଏସଓ ସୁଜାତା ସାହୁ ପ୍ରମୁଖ ଯୋଗଦେଇଥିଲେ |
ସିଏମ୍ ଟ୍ରଫିର ଅନ୍ୟ ଇଭେଣ୍ଟ ଖୋଖୋ, କବାଡ଼ି, ଭଳିବଲ୍ ଆଦି ଖେଳର ବିଜେତା ମାନଙ୍କୁ ମଧ୍ୟ ପୁରସ୍କୃତ ମଞ୍ଚାସିନ ଅତିଥି ମାନେ କରିଥିଲେ | ଧାରାବିବରଣୀ ପ୍ରଦାନରେ ବରିଷ୍ଠ ସାମ୍ୱାଦିକ ଶ୍ରୀଯୁକ୍ତ ରଥ ରହିଥିବାବେଳେ ମ୍ୟାଚ୍ କମିଶନର ଭାବେ କମରୁଦ୍ଦିନ ଖାଁ ରହିଥିଲେ| ଏହି ଆନ୍ତଃ କ୍ଲବ୍ ଏବଂ ଆନ୍ତଃ ଜିଲ୍ଳା ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଂମ୍ପାଦକ ଅଶେଷ କୁମାର ଦାଶ, ଉପ ସଭାପତି ଭବାନୀଶଙ୍କର ଦାସ, ପ୍ରଶାନ୍ତ କୁମାର ବେହେରା,ନିଶିକାନ୍ତ ମହାନ୍ତି, ବିରଂଚି ବେହେରା ପ୍ରମୁଖ ଖେଳକୁ ଆଗେଇ ନେଇଥିବା ବେଳେ ଚୟନ କମିଟି ଅଧକ୍ଷ ତଥା ଅବସରପ୍ରାପ୍ତ ଡିଏସଓ ଆଲୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l














