ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତୀୟ ଷ୍ଟେଟ ବ୍ୟାଙ୍କ ନୟାଗଡ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ୨୦୨୫-୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକ ଜିଲ୍ଳା ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆରସେଟି ର ନିର୍ଦ୍ଦେଶିକା ସୁଶ୍ରୀ ବ୍ରତତୀ ନାୟକଙ୍କ ସମେତ ଦକ୍ଷତା ବିକାଶ ଅଧିକାରୀ , ଜିଲ୍ଲା ଶିଳ୍ପ ଅଧିକାରୀ ,ଉଦ୍ୟାନ ବିଭାଗ ଅଧିକାରୀ,ଓରମାସର ଅଧ୍ୟକ୍ଷ, ସିଡିଭିଓ,

ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ୨୦୨୫-୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ସମୟ ମଧ୍ୟରେ ମୋଟ ୨୨୭ଜଣଙ୍କୁ ବିଭିନ୍ନ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା । ଏହି ଜିଲ୍ଲାରେ ବିଭିନ୍ନ କୌଶଳ ଉପରେ ତାଲିମ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେବା ସହିତ ଆଲୋଚନା କରିଥିଲେ । ଏହି ବୈଠକରେ ଆରସେଟି ରୁ ତାଲିମ ନେଇ କାର୍ଯ୍ୟକ୍ଷମ ହୋଇଥିବା ଶ୍ରୀମତୀ ସାବିତ୍ରୀ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା ।














