ପଇ ବିନ୍ଧ ପୂର୍ବରୁ ଆଜି ଶେଷ ହୋଇଛି ତିନି ରଥର ପଇ ବକଳା ଅନୁକୂଳ, ପଇ ବିନ୍ଧ ପାଇଁ ପଇରେ ମାପ ଚିହ୍ନ ପଡ଼ିବା ଶେଷ l
ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ପୁରୀ :- ଦ୍ୱାଦଶ ଦିବସ , ରଥ ନିର୍ମାଣ କାରୀଙ୍କ ଉପସ୍ଥାନ-ତିନିରଥ ମହାରଣା ସେବକ -୭୮, ତିନିରଥ କରତୀ ସେବକ – ୪ ତିନିରଥ କମାର ସେବକ – ୧୫, ତିନିରଥ ରୂପକାର ସେବକ – ୨୧ , ତିନିରଥ ର ଭୋଇ ସେବକ -୬୨ ଉଁ ,ତୁମ୍ବ ବିନ୍ଧ କାରିଗର – ୨, ରଥ ଖଳା ସହାୟକ(ପାଣି ବାଲା) ୧ ମୋଟ – ୧୮୩ ଜଣ, ରଥ ନିର୍ମାଣ ଅଗ୍ରଗତି,

ଆଜି ରଥ ନିର୍ମାଣର ଦ୍ୱାଦଶ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ-ପଇ ବିନ୍ଧ ପୂର୍ବରୁ ଆଜି ଶେଷ ହୋଇଛି ତିନି ରଥର ପଇ ବକଳା ଅନୁକୂଳ-ପଇ ବିନ୍ଧ ପାଇଁ ପଇରେ ମାପ ଚିହ୍ନ ପଡ଼ିବା ଶେଷ , ଭଉଁରୀ ତିଥିରେ ଚକା ଡେରା ନୀତି ଅନୁଷ୍ଠିତ ହେବ,

ଏହି ଲକ୍ଷରେ ଚଳ ଚଞ୍ଚଳ ରଥ ଖଳା, ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର (ଗତ କାଲି ତିନିରଥର ଭୋଇ ସେବକ ମାନଙ୍କ ଦ୍ୱାରା ଗୋଟିଏ ଗୋଟିଏ ନାହାକା ତୁମ୍ବ ରେ ସିଙ୍ଗଡା ବାଡ଼ିଆ କାର୍ଯ୍ୟ ଶେଷ ହୋଇ ଏଥିସହ ମହାରଣା ମାନେ ତିନି ରଥର ୧୧ ଟି ଲେଖାଏଁ ଗୁଜ,

୯ ଗୋଟି ଜଳଜନ୍ତ୍ର, ଶେଷ କରିବାସହ ୧୨ ଗୋଟି କୁଡୁକା ର ଚଉପଟ କାର୍ଯ୍ୟ ଜାରୀ ରହିଥିଲା…) ଆଜି ତିନିରଥର ମହାରଣା ସେବକ ମାନେ ନାହାକା ଚକ ପ୍ରସ୍ତୁତ ପାଇଁ ପଇବିନ୍ଧ ପାଇଁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି ।

ଅପରାହ୍ନରେ ରଥ ଅମିନ ଭୋଇ ସେବକଙ୍କ ମାଧ୍ୟମରେ ତିନିରଥ ଖଳାକୁ କଟିଙ୍ଗ ପଇ ଯୋଗାଇ ଦେବାପରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା “ପଇବକଳା” ଅନୁକୂଳ ପୂଜା ସମ୍ପନ୍ନ କରିଛନ୍ତି,ପରେ ସାଥୀ ମହାରଣା ସେବକ ମାନେ ଅର ସଂଯୋଗ ତୁମ୍ବ ବା ସିଙ୍ଗଡା ଉପରେ ପଇ ରଖି ମାପ ଚିହ୍ନ ମୁଖ୍ୟ ମହାରଣା ମାନେ ଗାରେଇବା ପରେ ବଳକା ଅର କୁ ସାଥୀ ମହାରଣା ମାନେ କାଟି ଅର ମୁଖ ସାଲ କାର୍ଯ୍ୟ ଶେଷ କରି ଛନ୍ତି ।

ଏଥିସହ ଆଜି ଦୁଇ ଦୁଇଟି ଲେଖାଏଁ ନାହାକା ଚକ ସିଙ୍ଗଡା ର ପଇ କଟିଙ୍ଗ ସକ ଅର ମୁଖ ସାଲ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତିନି ରଥର ୪ ଗୋଟି ଲେଖାଏଁ ୧୨ ଫୁଟିଆ ଓରା ଚଉପଟ କାର୍ଯ୍ୟ ପରେ ଦୁଇଟି ଲେଖାଏଁ ଓରାର ଉଭୟ ପଟେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ଏଥିସହ ତିନି ରଥର ୧୨ ଟି ଲେଖାଏଁ କୁଡ଼ିକା (ପାଞ୍ଚ ଦଣ୍ଡା କୁ ବାନ୍ଧି ରହିବା ପାଇଁ ) ମଧ୍ୟରୁ ୯ ଗୋଟି କୁଡୁକା ର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି, ଏଥି ସହ ବାକି ତୁମ୍ବ ଗୁଡିକରେ ସିଙ୍ଗଡା ବାଡ଼ିଆ ପାଇଁ ଅର କଟିଁ ସହ ତୁମ୍ବ ଗୁଡ଼ିକର ପନ୍ଦାରି ଗାଡ ଖୋଦେଇ ଜାରୀ ରଖିଛନ୍ତି।

ତିନିରଥ ର ରୂପକାର ସେବକ ମାନେ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି । ‘କମାର ଶାଳ’ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥର ଓଝା କମାର ସେବକ ମାନେ ନହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ବଳା ଶେଷ କରି ତିନି ରଥ ଚାଳିକୁ ଯୋଗାଇ ଦେବାପରେ ବାକି ତୁମ୍ବ ଗୁଡ଼ିକ ପାଇଁ ପନ୍ଦାରି ଏବଂ ବଳା ପ୍ରସ୍ତୁତ ସହ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ଦୈନଦିନ ର ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଆଜି ସନ୍ଧ୍ୟାରେ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଜାଣିବାପାଇଁ ରଥ ଖଳାକୁ ପରିଦର୍ଶନର ଯାଇ ତିନି ରଥ ଚାଳୀ ର ମୁଖ୍ୟ ମହାରଣା ,

ଭୋଇ ସେବକଙ୍କ ସହ ନିର୍ମାଣ ଅଗ୍ର ଗତି ସମ୍ପର୍କରେ ଆଲୋଚନା କରିଥିଲେ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥାନ୍ତି ଉପମୁଖ୍ୟ ପ୍ରଶାସକ, ରଥ ଚାଳୀରେ ଅଧିକ ଆଲୋକ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ବିଦଉତ୍ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟ ପ୍ରଶାସକ ।














