ନୟାଗଡ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ ଚାଲିଥିବା ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଏକ ଖେଳରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ କୁ ଏକ ମ୍ୟାଚରେ ୨-୧ ଗୋଲରେ ବିଜୟୀ ହୋଇଛି l

ଆଜିର ଖେଳରେ ବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରିଥିଲେ l ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହିଥିଲେ l















