ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) : ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଗୋରୁଆଳ ପଞ୍ଚାୟତବାସି ଗୁରୁବାର ଦିନ ଜିଲ୍ଲପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି | ଦାବିପତ୍ର ରେ ଦର୍ଶାଇଛନ୍ତି ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ଗୋରୁଆଳ ଗ୍ରା.ପ ଅଧ୍ଵନସ୍ଥ ସିପସରୁବାଲି ମୌଜାରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟବିମାନ ବନ୍ଦର ନିମନ୍ତେ ପ୍ରସ୍ତାବ ଥିଲା ।

ସେଥୁନିମନ୍ତେ ବିରୋଧ ଓ ସମର୍ଥନରେ ଧାରା୧୬ଜନଶୁଣାଣିରେ ଯେଉଁ ପ୍ରସ୍ତାବ ଜନସାଧାରଣଙ୍କ ତରଫରୁ ତାହାକୁ ପୁରଣ ନିମନ୍ତେପ୍ରଶାସନିକ ଅଧୂକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ଦିନ ଗଡ଼ିଚାଲିବାରୁ ଧାରା ୨୦ରେଅଧିବାସୀମାନଙ୍କର ଦାବୀ ପ୍ରତ୍ୟାଖ୍ୟାନ କରିବାରୁ ପଂଚାୟତବାସୀଙ୍କ ମନରେ ଜମି, ଜୀବନ, ଜୀବିକା ଓ ପରିବେଶ ହରାଇବାର ଦୁଃଖକୁ ଅନୁଭବ କରିବାରୁ ଏହି ଦାବୀପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଛନ୍ତି |

ନୂତନ ଜଙ୍ଗଲ ସୃଷ୍ଟି କରାଯାଉ ଓ ଜଙ୍ଗଲର ଦାୟୀତ୍ଵ ଗ୍ରାମବାସୀଙ୍କୁ ଦେବାପରେ ଗୋଷ୍ଠୀ ଅଧିକାର ସାବ୍ୟସ୍ତ କରାଯାଉ । ଗୋରୁଆଳ, ଆମ୍ବପଡ଼ା ଗ୍ରା.ପର ପ୍ରତିପରିବାରକୁ ୧୦ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରାଯାଉ | ପଂଚାୟତ ନିମନ୍ତେ ଅନ୍ୟୁନ ୫ଏକର ଜମି ସଂରକ୍ଷଣ କରାଯାଉ । ୩୦% ଚାକିରିରେ କୋଟା ସାବ୍ୟସ୍ତ କରାଯାଉ ।ବିମାନ ବନ୍ଦର ଆୟରୁ ୩୦% ପଂଚାୟତକୁ ହସ୍ତାନ୍ତର କରାଯାଉ ।

ବ୍ରହ୍ମଗିରୀ ବାସୀଙ୍କ ନିମନ୍ତେ ମଲଟି ସ୍ପେସିଆଲ ହସ୍ପିଟାଲ ସ୍ଥାପନ କରାଯାଉ ।ଷଣ୍ଢପୁର, ସିପସରୁବାଲିରେ ୨ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ । ପଂଚାୟତ ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କୁ ଆଜି ଏସ ସି ଏସ . କଲେଜ ଠାରୁ ଏକ ଶୋଭାଯାତ୍ରା କଚେରୀ ଛକ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା | ଗୋରୁଆଳ ସରପଞ୍ଚ ଏହାର ନେତୃତ୍ୱ ନେଇଥିଲେ |














