No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- “ଗୌ ସମ୍ମାନ ଆହ୍ୱାନ ଅଭିଯାନ” ଅଧୀନରେ ଆଜି ଗୋପରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କେନ୍ଦ୍ରୀୟ ଆଇନ ଆଣିବାକୁ ଜୋରଦାର ଦାବି ଉଠିଲା । ସ୍ଵାମୀ କୃଷ୍ଣାନନ୍ଦ ମହାରାଜ, ସ୍ଵାମୀ ପ୍ରଶାନ୍ତ ଗିରି, ସମ୍ପଦ କୁମାର ଜେନା, ସନ୍ତୋଷ କୁମାର ଭୋଳ, ସରତ କୁମାର ବେହେରା ଓ ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତଙ୍କ ସହ ପ୍ରାୟ ୨୦୦ରୁ ଅଧିକ ଗୋପ୍ରେମୀ ଯୋଗଦେଇଥିଲେ ।

ଅଭିଯାନ ପକ୍ଷରୁ ନରେନ୍ଦ୍ର ଦାମୋଦରଦାସ ମୋଦୀ ଜୀ ଙ୍କ ସହିତ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରାଗଲା । ବକ୍ତାମାନେ କହିଲେ, ଗୋବଂଶର ଦୟାନୀୟ ଅବସ୍ଥା, ଅବୈଧ ବଧ ଓ ଅବହେଳା ଦୃଶ୍ୟ ଗଭୀର ଚିନ୍ତାର ବିଷୟ। ଗୋବଂଶ କେବଳ ଆସ୍ଥା ନୁହେଁ, ଗ୍ରାମୀଣ ଅର୍ଥନୀତିର ଭିତ୍ତି ବୋଲି ସେମାନେ ଉଲ୍ଲେଖ କରିଲେ ।

ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ସ୍ଵାମୀ କୃଷ୍ଣାନନ୍ଦ ମହାରାଜ- ପୁରୀ ,ସ୍ଵାମୀ ପ୍ରଶାନ୍ତ ଗିରି -ହରିଦ୍ଵାର ,ଗୋସେବକ ସମ୍ପଦ କୁମାର ଜେନା,ଗୋପ୍ରେମୀ ସନ୍ତୋଷ କୁମାର ଭୋଳ ଓ ସରତ କୁମାର ବେହେରା ଏବଂ ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ l ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗୋ ପ୍ରେମୀ ଯୋଗ ଦେଇଥିଲେ l

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ପତ୍ର ଦିଆଗଲା l ସହଯୋଗ ଶ୍ରୀ ସୁଦର୍ଶନ ମିଶ୍ର , ଅନୀଲ ପରମାଣିକ , ଚନ୍ଦ୍ରକାନ୍ତ ସାହୁ, ମୁକ୍ତି ଅନୁଷ୍ଠାନର ଛାତ୍ରୀ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ l ସେହିପରି, ଗୋପାଳନ ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ ଦାବି ମଧ୍ୟ ଉଠିଲା । ଏହି ଆନ୍ଦୋଳନ ଆଗାମୀ ଦିନରେ ଜାତୀୟ ଚର୍ଚ୍ଚାକୁ ଆକର୍ଷିତ କରିପାରେ ।

No Result
View All Result