ଗୋପ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ଜିଲ୍ଲା ନିମାପଡ଼ା ବାସିନ୍ଦା ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା (ବୟସ୍ ୫୧ ବର୍ଷ), ଯିଏ ଆର୍ଥିକ ଭାବେ ଦୁର୍ବଳ ପରିବାରର ହୋଇଥିବା ସତ୍ତ୍ୱେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଯୋଗ୍ୟ ଥିଲେ ମଧ୍ୟ ତାଙ୍କ ନାମ ତାଲିକାରେ ନଥିବାରୁ ସେ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଥିଲେ । ଏହାକୁ ଗୁରୁତ୍ୱ ଦେଇ ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶାର ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ ଗତ ୨୧ ତାରିଖରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଲେଖିତ ଆବେଦନ ପତ୍ର ପ୍ରେରଣ କରିଥିଲେ । ତାଙ୍କ ସକ୍ରିୟ ହସ୍ତକ୍ଷେପ ଓ ପ୍ରୟାସରେ ବର୍ତ୍ତମାନ ଶ୍ରୀ ବେହେରାଙ୍କୁ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି ।















