No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋଦୀ ସରକାରଙ୍କ କର୍ପୋରେଟ ପ୍ରୀତି ମାଲିକ ସପକ୍ଷରେ ଶ୍ରମ୍ କୋଡ ଆଇନ ଶ୍ରମିକର ଅଧୀକାର ଅପହରଣ କଲେ । ଶ୍ରମିକ କର୍ମଚାରୀ ଦରମା ଇପିଏଫ ଇଏସ୍ଆଇ ଗ୍ରାଚୁଇଟ ମାଗିଲେ ଛଟେଇ ଧମକ । ଆନ୍ଦୋଳନ ପ୍ରତିବାଦ କଲେ ମିଥ୍ୟା ମାମଲାରେ ପୋଲିସ ଲଗାଇ ବାନ୍ଧିଛନ୍ତି। ଯାହା ଦିଲ୍ଲୀ ହରିୟାଣା ସମେତ ବିଭିନ୍ନ ସ୍ଥାନରେ ଶ୍ରମିମାନଙ୍କୁ ଗିରଦାରୀକୁ ନିନ୍ଦା କରିଛି ସିଟୁ ।

ପୁରୀ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରି କୁହାଯାଇଛି ଯେ ଠିକା ପ୍ରଥା ଶ୍ରମିକ ମାନଂକୁ କାମରେ ଲଗାଇ ଶ୍ରମ ଶୋଷଣ କରୁଛି ବିଜେପି ସରକାର। ଏବେ ଆଠ ଘଣ୍ଟା ରୁ ୧୨ଘଣ୍ଟା ଶ୍ରମ ଦିବସ ପାଇଁ ସରକାର ଘୋଷଣା କଲେ। ଦରମା ବଢ଼ିଲା ନାହିଁ। ଶ୍ରମ କୋର୍ଡ ରେ ଇପିଏଫ ଇଏସ୍ଆଇ ଶ୍ରମିକ ପାଇଁ ଇଚ୍ଛାଧୀନ ହେଲା। ଫଳରେ ସାମଜିକ ନିରାପତ୍ତା ପାଇବେ ନାହିଁ ଶ୍ରମିକ। ଶ୍ରମ ଅଫିସ ତା ପାଇଁ କେବଳ ବୁଝାମଣା ଅଫିସ ଭାବେ କାର୍ଯ କରିବ।ଆଇନ ଗତ ଭାବେ ମାଲିକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏଣୁ ୮ଘଣ୍ଟିଆ ଶ୍ରମ ଦିବସ,

ମାସିକ ମଜୁରୀ ୨୬ ହଜାର ଟଙ୍କା, ଖାଲି ଥିବା ପଦବୀ ରେ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଆଉଟ୍ ସୋର୍ସିଂ ପ୍ରଥା ଉଛେଦ, ଶ୍ରମ କୋର୍ଡ ପ୍ରତ୍ୟାହର, ଅଟୋ ଚାଳକ ପାଇଁ କଲ୍ୟାଣ ବୋର୍ଡ, ଚାଳକ ମାନଙ୍କ ଉପରେ ବେଆଇନ୍ ଜୋରିମାନା ବନ୍ଦ, ଦିଲ୍ଲୀ ହରିୟାଣା ରେ ଗିରଫ ଶ୍ରମିକ କର୍ମଚାରୀ ଙ୍କୁ ଖଲାସ ସହ ମିଥ୍ୟା ମକଦ୍ଦମା ପ୍ରତ୍ୟାହର, ପ୍ରବାସୀ ଶ୍ରମିକ ମାନଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇବା ପାଇଁ ଦାବୀ ପତ୍ର ଜିଲ୍ଲା ପାଳଙ୍କ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦିଆଯାଇଛି ।ଏଥିରେ ସିଟୁ ପୁରୀ ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ,ଜଗନ୍ନାଥ ଦେଓ, ଟୁନା ନାୟକ, ସୁନୀଲ ମହାରଣା, ଟୁନା ବାରିକ, ଦାଶରଥି ସାହୁ, ରଶ୍ମୀତା ଗୋଛିକାର, ପୂର୍ଣ୍ଣ ମୁଦୁଲି, ବାହନ ପରିଡା, ଅନୀଲ ସୁବୁଦ୍ଧି, ସୁଜାତା ବିଶ୍ୱାସ ପ୍ରମୂଖ ଡବଲ ଇଞ୍ଜିନ ସରକାର ଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ଆଇନ କୁ ସମାଲୋଚନା କରିଥଲେ।

No Result
View All Result