• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା

Proprietor Abhimanyu Maharana by Proprietor Abhimanyu Maharana
April 22, 2026
in ଓଡ଼ିଶା, ପୁରୀ, ହୋମ୍
0
ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା
Share on FacebookShare on TwitterWhatsapp

ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣା ଓଡ଼ିଶାର ଚିତ୍ରକୁ ସାର ଦେଶରେ ମଳିନ କରିଛି . 

ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ବ୍ରହ୍ମଗିରି  :- ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଆଜି ପୂର୍ବାହ୍ନରେ ପୁରୀ କୋର୍ଟ ପରିସରରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ସହ ପୀଡ଼ିତାଙ୍କ ଗାଁ କୃଷ୍ଣପ୍ରସାଦ ବ୍ଲକ ବିରିଜିପୁର ପଞ୍ଚାୟତର ଗୋରାପୁର ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଏଭଳି ଅମାନବୀୟ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ । ଗ୍ରାମବାସୀମାନେ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଥିଲେ ।

ଅପରାହ୍ନରେ ବିଜେଡି ପ୍ରତିନିଧି ମଣ୍ଡଳୀ ସହିତ ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କୁ ଭେଟି ଘଟଣା ସମ୍ପର୍କରେ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ । ବ୍ରହ୍ମଗିରିରେ ବାରମ୍ବାର ଘଟୁଥିବା ଏଭଳି ଘଟଣା ଭବିଷ୍ୟତରେ ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ସହ ଅପରାଧୀକୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ଦାବି କରିଥିଲେ । ଏଭଳି ଘଟଣା ପାଇଁ ବ୍ରହ୍ମଗିରି ଅପନିନ୍ଦିତ ହେବା ସହ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଏବଂ ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ନିନ୍ଦିତ ହୋଇଛି ।

ଏହି ସାମାଜିକ ବ୍ୟାଧିକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିବା ସହିତ ଏଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଏସ୍ପି ମହୋଦୟଙ୍କ ନିକଟରେ ଦାବି କରିଥିଲା ପ୍ରତିନିଧି ମଣ୍ଡଳୀ । ଏହି ଦୁଷ୍କର୍ମ ଘଟଣା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିଲା ପରେ, ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପଠାଇ ପୀଡ଼ିତାଙ୍କ ପରିବାର, ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନକୁ ଭେଟି ପୀଡ଼ିତା କିପରି ନ୍ୟାୟ ପାଇବେ, ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ ।

ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ଗାଁକୁ ଗସ୍ତ କରି ଜିଲ୍ଳା ପ୍ରଶାସନ ସହିତ ଆଲୋଚନା କରିଥିଲେ । ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯିବା ସହ ନିରପେକ୍ଷ ତଦନ୍ତ କରି ପୋସ୍କୋ ଆକ୍ଟରେ ଫାଷ୍ଟଟ୍ରାକ କୋର୍ଟରେ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ।

ଗଣମାଧ୍ୟମକୁ ମାନ୍ୟବର ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ବିବୃତି ଦେଇ କହିଛନ୍ତି, ଡବଲ ଇଞ୍ଜିନ ସରକାର ଆସିଲା ପରେ ଓଡ଼ିଶାରେ ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଅନତି ଦୂର ବ୍ରହ୍ମଗିରି ଭଳି ଏକ ସଂସ୍କୃତି ସମ୍ପନ୍ନ ନିର୍ବାଚନ ମଣ୍ଡଳୀରେ ବାଲିହରଚଣ୍ଡୀ ଏବଂ ଗୋରାପୁରରେ ଘଟିଥିବା ଦୁଷ୍କର୍ମ ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଭଳି ଘଟଣା ସମୟରେ ସ୍ଥାନୀୟ ଲୋକପ୍ରତିନିଧି ଓ ପୋଲିସ୍ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ । ଶ୍ରୀମତୀ ଦେଓ ଆହୁରି କହିଥିଲେ, ବ୍ରହ୍ମଗିରି, ପୁରୀ ଜିଲ୍ଲା ଏବଂ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ଘଟଣା ଓଡ଼ିଶାର ଚିତ୍ରକୁ ସାରା ଦେଶରେ ମଳିନ କରିଛି । ଡବଲ ଇଞ୍ଜିନ ସରକାର ଆଜି ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଶ୍ରୀକ୍ଷେତ୍ର, ବାଲିହରଚଣ୍ଡୀ, ଅଲାରନାଥଙ୍କ ଭଳି ପବିତ୍ର ପୀଠରେ ଏଭଳି ଘଟଣା ଆଦୌ ବରଦାସ୍ତ କରାଯିବ ନାହିଁ ।

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକା ଏବଂ ବ୍ରହ୍ମଗିରିର ସ୍ଥାନ ଅନନ୍ୟ । ଏଭଳି ଘଟଣା ବାରମ୍ବାର ଘଟିବା ଦ୍ୱାରା ପର୍ଯ୍ୟଟକମାନଙ୍କ ଉପରେ କୁପ୍ରଭାବ ପଡୁଛି । ଆମେ ଆଶା କରୁଛୁ, ପୁରୀ ଜିଲ୍ଲା ପୋଲିସ୍ ପ୍ରଶାସନ ଅପରାଧୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ବ୍ରହ୍ମଗିରିରେ ଚାଲିଥିବା ଅବାଧ ନିଶା କାରବାରକୁ ସମ୍ପୂର୍ଣ୍ଣ ଦମନ କରାଯାଉ ।

ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ପୁରୀ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବ୍ରହ୍ମଗିରି ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ରତ୍ନମାଳା ବେହେରା, ପୁରୀ ଜିଲ୍ଳା ମହିଳା ସଭାପତି କସ୍ତୁରୀ ସ୍ୱାଇଁ, ବିଜୁ ମହିଳା ଜନତା ଦଳର ଜୋନାଲ ସଭାପତି ଶ୍ରୀମତୀ ପୁଷ୍ପାଞ୍ଜଳି ରଣା, ପୁରୀ ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମାନସୀ ହରିଚନ୍ଦନ, ବ୍ରହ୍ମଗିରି ବ୍ଲକର ଉପାଧ୍ୟକ୍ଷା ମାଳିନୀ ଦଳେଇ, ବ୍ରହ୍ମଗିରି ବ୍ଲକର ପୂର୍ବତନ ମିଶନଶକ୍ତି ଅଧ୍ୟକ୍ଷା ଶର୍ମିଷ୍ଠା ସାହୁ, ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଫାଲଗୁନି ଜାଲି ପ୍ରମୁଖ ସାମିଲ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

September 16, 2026
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

September 14, 2026
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

September 16, 2026
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version