No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବିଶ୍ବବନ୍ଦିତ କବି ଶ୍ରୀ ଜୟଦେବଙ୍କ ଜନ୍ମ ଜୟନ୍ତୀ ଓ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ଶିଶୁ କିଶୋର ପତ୍ରିକା “କୃପାନେତ୍ର ” , ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ଶ୍ରୀଜୟ ଦେବଙ୍କ ଜନ୍ମ ପୀଠ ଖୋର୍ଦ୍ଧା ଜିଲ୍ଲା,ବାଲିଅନ୍ତା ବ୍ଲକ କେନ୍ଦୁବିଲ୍ୱ ଠାରେ ସଂକ୍ରିତନ ପଦଯାତ୍ରା,ରାଜ୍ୟସ୍ତରୀୟ କବିତା ପାଠଉତ୍ସବ, ସାହିତ୍ୟ ସଭା, ଏବଂ ରାଜ୍ୟ ପ୍ରତିଭା ସମ୍ବର୍ଦ୍ଧନା ପ୍ରଦାନ ସହ ଜୟଦେବଙ୍କ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରକ୍ଷକ ନାୟକ, ବରିଷ୍ଟ ଲେଖକ ଅମରେଶ୍ୱର ବିଶ୍ବାଳ, ଶିକ୍ଷାବିତ ଅଭିମାନ୍ୟୁ ପଣ୍ଡା, ଶ୍ରୀ ଅନନ୍ତ ମେମୋରିଆଲ ଟ୍ରଷ୍ଟର, ଭାବଗ୍ରାହୀ ଗୋଚ୍ଛାୟତ, ପ୍ରାଚୀ ଗବେଷକ ହଂସ ନାଥ ସାହୁ,ସୁମନର ଶ୍ରୀଧର ବେହେରା, କୃପନେତ୍ରର ଯୁଗ୍ମ ଉପଦେଷ୍ଟା ମାଗୁଣି ଚରଣ ସେଠୀ ପ୍ରମୁଖ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କବି ଜୟଦେବଙ୍କର ସ୍ମୃତି ଚାରଣ କରିଥିଲେ ।

ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଉପଦେଷ୍ଟା ପଣ୍ଡିତ ଲିଙ୍ଗରାଜ ଆଚାର୍ଯ୍ୟ ପ୍ରଦୀପ ଜାଳି ଏହାକୁ ଉଦ୍ଘାଟନ କରିଥିଲେ। କୃପାନେତ୍ର ଅନୁଷ୍ଠାନର ସଂପାଦକ ରବୀନ୍ଦ୍ର ନାଥ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ଉକ୍ତ ଉତ୍ସବରେ ବିଶିଷ୍ଟ କବି, କବୟିତ୍ରୀମାନେ ସ୍ଵ ରଚିତ କବିତା ପାଠ କରିଥିଲେ । ଏଥିରେ କୁନି କୁନି ପିଲାମାନକ ଦ୍ବାରା ଓଡେଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ କୃତୀ ପ୍ରତିଭା ଧାରି ୧୨ ଜଣ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ଜୟଦେବ ଗୌରବ ସମ୍ମାନ, ପରାଶର ଗୌରବ ସମ୍ମାନ, ଓ ପଣ୍ଡିତ ହାଡିବନ୍ଧୁ ନାୟକ ଗୌରବ ଏବଂ ପଦ୍ମାବତୀ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ମଞ୍ଚ ପରିଚାଳନାରେ ଆଇନଜୀବୀ ଶେଖ୍ ଅବଦୁଲ ବାରି ଓ କବୟିତ୍ରୀ ସୁଜାତା ଦାଶ ପ୍ରମୁଖ ସହଯୋଗ କରିଥିଲେ । କୃପାନେତ୍ର ପ୍ରକାଶକ ପ୍ରଦୀପ୍ତ କୁମାର ପାତ୍ର, ସାମ୍ୱାଦିକ ବିନୋଦ କୁମାର ଭୋଇ ବିଶିଷ୍ଟ କଳାକାର ଦେବେନ୍ଦ୍ରନାଥ ସେନାପତି ପ୍ରମୁଖଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ “ସୁମନ”ସ୍ୱୋଛାସେବୀଙ୍କ ସମେତ ବହୁ, କବି, ଲେଖକ ସମାଜସେବୀ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେଶ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result