ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଭୁବନେଶ୍ୱରରେ କାର୍ଯ୍ୟରତ ଇଞ୍ଜିନିୟର ଦମ୍ପତି ତାଙ୍କର ବିବାହ ପ୍ରଥମ ବାର୍ଷିକୀ ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମରେ ପାଳନ କରିଛନ୍ତି । ଇଂ ବିଜୟାଭାରତୀ ମିଶ୍ର ଓ ଇଂ ସ୍ମୃତି ରଞ୍ଜନ ପଣ୍ଡାଙ୍କ ଏଭଳି ମାନସିକତା କୁ ଆଗ୍ରହର ସହିତ ଗ୍ରହଣ କରି ସାକାର କରାଇଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ତନୁପ୍ରଭା ବେଉରା ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ପ୍ରୋଗ୍ରାମ ଅଧିକାରୀ ଶୁଭ ନାରାୟଣ ଶତପଥୀ ।

ବାଳାଶ୍ରମ ର ଅନ୍ତେବାସୀ ଙ୍କ ସହ ଉକ୍ତ ଦମ୍ପତି ଉଭୟ ଙ୍କ ପିତା ମାତା ଙ୍କ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପ୍ରାୟ ୩ ଘଣ୍ଟା ଅତିବାହିତ କରିଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବରେ ଯୋଗ ଦେଇ ଦମ୍ପତି ଙ୍କ ମାନସିକତା କୁ ଢେର ପ୍ରଶଂସା କରିଥିଲେ ।
ଜିଲା ଶିଶୁ ମଙ୍ଗଳ କମିଟି ର ସଦସ୍ୟମାନ ଙ୍କ ଉପସ୍ଥିତିରେ ଇଞ୍ଜିନିୟର ଦମ୍ପତି ଵାଳାଶ୍ରମ ପରିସରରେ ଦୁଇଟି ଆମ୍ଵ ଗଛ ଲଗାଇ ଥିଲେ । ସେହି ଦମ୍ପତିଙ୍କ ସହ ଉଭୟଙ୍କ ପିତାମାତା ଓ ପରିବାର ସଦସ୍ୟ କିଛି ଶୁଭେଛୁ ଏକତ୍ର ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ଇଂ ବିଜୟାଭାରତୀ ହେଉଛନ୍ତି ବରିଷ୍ଠ ସ୍ତମ୍ଭକାର ହରିଶଙ୍କର ମିଶ୍ର ଙ୍କ ଏକମାତ୍ର କନ୍ୟା ।













