ଫୁଲବାଣୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଲୋକୋ ମହୋତ୍ସବ କନ୍ଧମାଳର ବିଲୁପ୍ତ ଲୋକ କଳା ଓ ପ୍ରାଚୀନ ସଂସ୍କୃତି କୁ ଉଜ୍ଜୀବିତ କରିବା ସହ ବାଣିଜ୍ୟ ମେଳା ଗ୍ରାମାଞ୍ଚଳର ର ଓ ସହରର ବ୍ୟବସାୟୀ ଓ ଯୁବ ଉଦ୍ୟୋକ୍ତା ଙ୍କ ପାଇଁ ପ୍ରେରଣା ଦେବ ବୋଲି ସ୍ଥିନୀୟ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ସ୍ଥାନୀୟ କରେନେଶନ ପଡିଆ ଠାରେ ଦୀର୍ଘ୍ ୧୯ ଦିନ ଧରି ଅନୁଷ୍ଠିତ ହୋଇଥିବା ୨ୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳାର ଉଦଯାପନ ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି।

ତତ୍ ସହିତ ଉତ୍ସବ ର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର ଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ଏବଂ ତାଙ୍କରି ପରିକଳ୍ପନା ଆଜି ଦ୍ଵିତୀୟ ଲୋକ ମୋହତ୍ସବ ଲୋକଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଛି । ଆଗାମୀ ଦିନରେ ଏହି ମହୋତ୍ସବ ଅତି ଲୋକପ୍ରିୟତା ହାସଲ କରିବ ବୋଲି କହିବା ସହ ଶ୍ରୀଯୁକ୍ତ ମଲ୍ଲିକ ଭୁୟସୀ ପ୍ରଶଂସା କରିଥିଲେ ।

କମିଟିର ଉପସଭାପତି ସୁଜିତ କୁମାର ବେହେରା କହିଲେ ଜେ ଏହି ମୋହତ୍ସବ ଲୋକାଭିମୁଖୀ ହୋଇଛି ଏବଂ ଆସ୍ତେ ଆସ୍ତେ ସହରବାସୀ ଙ୍କର ଲାଇଫ ଲାଇନ ରେ ପରିଣୀତ ହେବ ବୋଲି ଆଶା ପ୍ରକଟ କରିଥିଲେ । ମୋହତ୍ସବ ର ମୁଖ୍ୟ ଆକର୍ଷଣ ଜଲ୍ ପରି ଲୋକଙ୍କ ମନମୋହି ନେଇ ପାରିଛି। ଲୋକଙ୍କ ର ନିମନ୍ତେ ୨୦୦ ଟି ଛୋଟ ବଡ଼ ଷ୍ଟଲ ଲାଗିଥିଲା। ଲୋକ ଙ୍କ ଆକର୍ଷଣୀୟ ସାମଗ୍ରୀ ଓ ଘର କରଣ ଦ୍ରବ୍ୟ ଷ୍ଟଲ୍ ଗୁଡିକରେ ମିଳୁଥିଲା ।

ମହୋତ୍ସବ ର ପ୍ରତ୍ୟେକ ସନ୍ଧ୍ୟାରେ ଦର୍ଶକ ଙ୍କ ମନୋରଞ୍ଜନ ନିମନ୍ତେ ନୃତ୍ୟ ସଂଗୀତ ପରିବେଷଣ ହେଉଥିବା ମୀନା ବଜାର ର ମଜା ନେଉଥିଲେ ଲୋକେ ବୋଲି କହିଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୂପ କୁମାର ଜେନା ଓ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ,ଅସମ୍ଭବ କୁ ସମ୍ଭବ କଲା ଭଳି ଆନ୍ତରିକ ଇଚ୍ଛାଶକ୍ତି ଯୋଗୁଁ ଏହି ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଥିଲା।

ଏହି ଲୋକୋ ମହୋତ୍ସବକୁ ପ୍ରଶାସନ ଓ ସରକାରୀ ସ୍ତରରେ ସହଯୋଗ ପ୍ରଦାନ ପାଇଁ ପ୍ରୟାସ ରହିବ ବୋଲି ଉକ୍ତ ପ୍ରଶାସନ ଅଧିକାରୀ ମାନେ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି ବୋଲି ମହୋତ୍ସବ କର୍ମକର୍ତ୍ତା ମାନେ ଉଲ୍ଲାସ ର ସହ ପ୍ରକାଶ କରିଥିଲେ। ମହୋତ୍ସବ କାର୍ଯ୍ୟକ୍ରମ ରେ ସମ୍ପାଦିକା ରେଡିଓ ମୁସ୍କାନ ଶିବାନୀ ସୁଆର,ସମାଜ ସେବୀ ମହମ୍ମଦ ଚିସ୍ତି, ପ୍ରଶନ୍ନ କୁମାର ସ୍ୱାଇଁ ,ବରିଷ୍ଠ ସାମ୍ବାଦିକ ରଞ୍ଜିତ କୁମାର ଦିଗାଲ, ସନ୍ତୋଷ କୁମାର ବେହେରା,ଶିଵ ପ୍ରସାଦ ନାୟକ, ଓ ଅନିତା ପଟ୍ଟନାୟକ,ଶୁଭ୍ରକ୍ଷ୍ୟ ପଟ୍ଟନାୟକ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।