କନ୍ଧମାଳ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଦ୍ଵିତୀୟ ବାଣିଜ୍ୟ ମେଳା ଓ ଲୋକ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ କରନେସନ ଗ୍ରାଉଣ୍ଡ ରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା | ଲୋକମାନେ ବିଭିନ୍ନ ବାଣିଜିକ ଷ୍ଟଲରେ ଭିଡ଼ ଜମେଇ ଥିଲା ବେଳେ କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶିନୀ କମଳା ପ୍ରକାଶିନୀ ଷ୍ଟଲ ରେ ଵି ପାଠକ ମାନଙ୍କ ଭିଡ଼ ଜମିଥିଲା |
ଖୋଦ ପୁସ୍ତକପ୍ରେମୀ ସୁସାହିତ୍ୟିକ ତଥା କନ୍ଧମାଳ ଜିଲ୍ଲାପାଳ ମାନନୀୟ ବେଦଭୂଷଣ ଷ୍ଟଲ ପରିସରରେ ବୁଲି ବୁଲି ନିଜ ମନପସନ୍ଦର ବହୁ ପୁସ୍ତକ କ୍ରୟ କରିଥିଲେ | କେବଳ ପୁସ୍ତକ ବିକ୍ରୟ ନୁହେଁ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମ, ସାମାଜିକ ସେବା କାମ ରକ୍ତଦାନ ଆଦି ବିଭିନ୍ନ କାମ କରୁଛି ଜାଣି ଅନୁଷ୍ଠାନର ପ୍ରତିଷ୍ଠାତା ଡ ନୃସିଂହାନନ୍ଦ ମହାପାତ୍ର ଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଂଶସା କରିଥିଲେ |
ଡ ମହାପାତ୍ର ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ମାନନୀୟ ଜିଲ୍ଲାପାଳ ଙ୍କୁ ଉପହାର ଦେଇଥିଲେ | ଲୋକଙ୍କ ଜିଲ୍ଲାପାଳ ଭାବରେ ଜଣାଶୁଣା ମାନନୀୟ ବେଦଭୂଷଣ ଙ୍କ ପୁସ୍ତକକ୍ରୟ ନିଶା ପାଠକମାନଙ୍କୁ ପୁସ୍ତକ ପଠନ ମନସ୍କ କରି ପାରିଛି l













