ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ବା ଅକ୍ଷୟ ତୃତୀୟାରେ ରଥଖଳାରେ ତିନୋଟି ଧଉରା କାଠ ଅନୁକୂଳ କରାଯାଇଛି । ବନଯାଗ ନୀତିରେ ହୋମ କରାଯାଇ ମହାକାଳୀ ମନ୍ତ୍ରରଃ ପୂଜିତ କୁରୁଢି ଲଗାଇ ଦେଉଳ ପୁରୋହିତ ବିଧି ମୁତାବକ ମନ୍ତ୍ର ଉଚ୍ଚାରଣ କରି ରଥକାଠ ଅନୁକୂଳ କରିଛନ୍ତି । ଶ୍ରୀମନ୍ଦିରରେ ମଧ୍ଯାହ୍ନଧୂପ ପରେ ୫ ଟି ଆଜ୍ଞାମାଳ ମନ୍ଦିର ଭିତରୁ ବିମାନ ସହ ପଟୁଆରରେ ରଥଖଳାକୁ ଆସିଥିଲା । ତିନିଜଣ ପୂଜାପଣ୍ଡା ଏହି ତିନୋଟି ଆଜ୍ଞାମାଳକୁ ରଥଖଳାରେ ଅର୍ପଣ କରିଥିଲେ ।















