ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଡ଼ି ଏ ଭି ପବ୍ଲିକ ସ୍କୁଲ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡ଼ି ଏ ଭି ଅଭିଯାନ ଓ ସ୍କୁଲ ସମୂହର ପ୍ରତିଷ୍ଠାତା ମହାତ୍ମା ହଂସରାଜଙ୍କ ଜନ୍ମତିଥି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୁଷ୍ପା ନୀଳିମା ଲାକ୍ରା ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ବହୁ ଅଭିଭାବକ,ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅନେକ ଶୁଭେଚ୍ଛୁ ବନ୍ଧୁ ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ଦ୍ୱାରା କାର୍ଯକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।