ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପ୍ରତ୍ୟେକ ନାରୀ ମଧ୍ୟରେ ଅଫୁରନ୍ତ ପ୍ରତିଭା ରହିଛି । ସେ ଶକ୍ତିମୟୀ, କଲ୍ୟାଣମୟୀ।ସଶକ୍ତ ନାରୀ ସଶକ୍ତ ଭାରତ ବୋଲି କହିଛନ୍ତି ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା । ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ଏକ ଦୌଡ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା ।ଏହି ଦୌଡ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ସୁଶ୍ରୀ ସ୍ନେହା ପୁରୁଷ ମାନଙ୍କ ସମକକ୍ଷ ହୋଇ ନାରୀ ବି ସବୁ କରିପାରେ । ଏପରିକି ପୁରୁଷ ଙ୍କ ଠାରୁ ଅଧିକ ମଧ୍ୟ କରିପାରେ।ନିଜର ଗୋଟେ ଲକ୍ଷ୍ୟ ସ୍ଥିର କରି ମନ ପ୍ରାଣ ଦେଇ ତାହାକୁ ସଫଳ କରିବାର ପ୍ରୟାସ ପାଇଁ ସେ ପରାମର୍ଶ ଦେଇଥିଲେ ।














