ନୟାଗଡ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ନୟାଗଡ ସ୍ଥିତ ଷ୍ଟାଡିୟମ ପଡିଆରେ ଉଦ୍ଘାଟିତ ହୋଇ ଯାଇଛି l ଜିଲ୍ଲା କ୍ରୀଡା ବିଭାଗ ,ଜିଲ୍ଲା ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ମୂଳକ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ଯୋଗ ଦେଇ ଖେଳାଳି ମାନଙ୍କ ସହ କର ମର୍ଦ୍ଦନ କରିବା ସହ ଖେଳାଳି ମାନଙ୍କ କ୍ରୀଡା ମନୋଭାବର ଭୂୟସୀ ପ୍ରଂଶସା କରିଥିଲେ l

ବରିଷ୍ଠ ସାମ୍ୱାଦିକ ରାମକୃଷ୍ନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରିଡାଧୀକାରିଣୀ ସୁଜାତା ସାହୁ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ| ଜିଲ୍ଲା ଆଥଲେଟିକ ଆସୋସିଏସନ୍ ର ସଂମ୍ପାଦକ ଅଶେଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପସଭାପତି ଭବାନୀ ଶଙ୍କର ଦାସ,

ଯୁଗ୍ମ ସମ୍ପାଦକ ବିନାୟକ ପ୍ରାସାଦ ରାଓ, ସଭ୍ୟ ନିଶିକାନ୍ତ ମହାନ୍ତିଙ୍କ ସହଯୋଗରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ସନ୍ନ୍ୟାସୀ ପ୍ରଧାନ,ଉମାକାନ୍ତ ମିଶ୍ର, ପ୍ରଦୀପ୍ତ ଚିତ୍ତ ରଂଜନ ସାହୁ, ଆଶିଷ ପଟ୍ଟନାୟକ, ବିରଞ୍ଚି ନାରାୟଣ ବେହେରା ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ଖେଳ ପରିଚାଳନା କରିଥିଲେ l













