No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଅନ୍ତର୍ଗତ ଗୋଳାପୋଖରୀ ଗ୍ରାମର ଆରାଧ୍ୟ ଶ୍ରୀଶ୍ରୀ ଇଶାନେଶ୍ୱର ଦେବଙ୍କ ପୀଠରେ ଗୁରୁବାର ୪ର୍ଥ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଅଛି ! ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଚାରିଦିନ ବ୍ୟାପି ଗୋଳାପୋଖରୀ ଗ୍ରାମର ଶ୍ରୀ ଶ୍ରୀଇଶାନେଶ୍ବର ଦେବଙ୍କ ପୀଠରେ ଚତୁର୍ଥ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଯଜ୍ଞ ଉତ୍ସବ ମାଙ୍ଗଳିକ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମାଜସେବୀ ପ୍ରଫୁଲ କୁମାର ନାୟକ,

ପୂର୍ଣ୍ଣ ଚନ୍ଦ୍ର ପରିଡା, ଚନ୍ଦ୍ରକାନ୍ତ ସାହୁ,ସମିତି ସଭ୍ୟା ପ୍ରେମଳତା ସେନାପତି ପ୍ରମୁଖ ଯୋଗଦେଇ ପ୍ରଭୁ ଈଶାନେଶ୍ୱରଙ୍କ ଦର୍ଶନ କରି କୃପାଲାଭ କରିଥିଲେ ! ଏହି ବିଶ୍ଵଶାନ୍ତି ମହାଯଜ୍ଞ ସୋମବାର- ଶୁଭ ଅଙ୍କୁରାରୋପଣ,ମଙ୍ଗଳବାର- ଶାଲାମଣ୍ଡନ, ଜଳଯାତ୍ରା,ସର୍ବ ଦେବାଦେବୀ ଆବାହନ, ଅଗ୍ନିସ୍ଥାପନ୍ନ, ଆଳତୀ ଓ ପୁଷ୍ପାଞ୍ଜଳି,ବୁଧବାର- ସୂର୍ଯ୍ୟପୂଜା, ଗୋପୂଜା,ଶ୍ରୀ ଶ୍ରୀ ଐଶାନ୍ୟଶ୍ବର ଦେବଙ୍କର ଷୋଡଶ ଉପଚାର ପୂଜା,

ଅଷ୍ଟାକ୍ଷର,ଋଦ୍ରମନ୍ତ୍ରୀ ଆହୁତି ପ୍ରଦାନ, ଆଳତୀ,ପୁଷ୍ପାଞ୍ଜଳି ଓ ଗୁରୁବାର- ସୂର୍ଯ୍ୟପୂଜା, ଗୋପୂଜା, ଶ୍ରୀ ଶ୍ରୀ ଦେବ୍ୟା ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠୀ, ସପ୍ତସତୀ,ସାଂସ୍କୃତିକ କାର୍ଯ୍ୟକ୍ରମ, ଚଣ୍ଡୀମନ୍ତେ ଆହୁତି ସର୍ବାଦେବାଦେବୀ ଆହୁତି, ପୃଷ୍ଠାହୁତି ପ୍ରସାଦ ସେବନ ! ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ଜାନକୀ ନନ୍ଦ, ଜ୍ୟୋତି ପ୍ରକାଶ ସାମନ୍ତରାୟ, ଚନ୍ଦ୍ରଶେଖର ଦୀକ୍ଷିତ, ସୁରେନ୍ଦ୍ର ପଣ୍ଡା, ଲଷ୍ମୀଧର ଦଶ ଓ ବିଶ୍ୱଜିତ କର ପରିଚାଳନା କରିଥିବାବେଳେ କର୍ତ୍ତା ଭାବେ ଯୋଗେନ୍ଦ୍ର ରଣା,

କର୍ତ୍ତୀ ଭାବେ ସତ୍ୟଭାମା ମହାପାତ୍ର କାର୍ଯ୍ୟ ସମ୍ପାଦନା କରିଥିଲେ ! ଏହି ଯଜ୍ଞ ଉତ୍ସବକୁ ଶରତ କୁମାର ପାଇକରାୟ, ମାନସ କୁମାର ପ୍ରଧାନ, ଇନ୍ଦ୍ରଜିତ କହଲ ସିଂହ, ଯୋଗେନ୍ଦ୍ର ମହାପାତ୍ର, ଶିବାରମ ପ୍ରଧାନ ଓ ଭୋଳାନାଥ ପ୍ରଧାନଙ୍କ ସମେତ ଗୋଳାପୋଖରୀ ଗ୍ରାମବାସୀ ବୃନ୍ଦ ସହଯୋଗ କରି ପରିଚାଳନା କରିଥିଲେ ! ମାନସିକ ବ୍ରତଧାରୀ ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ହୁଳହୁଳି ହରିବୋଲ ଧ୍ଵନିରେ ଶ୍ରୀଶ୍ରୀ ଇଶାନେଶ୍ୱର ଦେବଙ୍କ ପୀଠ ଆଧ୍ୟାତ୍ମିକ ପରିବେଶ ସୃଷ୍ଟ ହୋଇଥିଲା


No Result
View All Result