No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଏସ୍ଏଚ୍-୧୩ ନିମାପଡ଼ା–କୋଣାର୍କ–ଗୋପ ଖଣ୍ଡରେ ଥିବା ବୃକ୍ଷଗୁଡ଼ିକୁ କାଟିବା ପ୍ରତିବଦଳେ ସ୍ଥାନାନ୍ତର (ଟ୍ରାନ୍ସଲୋକେସନ୍) କରି ସୁରକ୍ଷା କରାଯାଉ ବୋଲି ବନ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଲିଖିତ ଅନୁରୋଧ କରାଯାଇଛି । ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ଵାଇଁ (ଲୁଲୁ) ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ରାଜପଥଗୁଡ଼ିକୁ ଚାରି ଲେନ୍ରେ ବିକାଶ କରିବା ପ୍ରୟାସ କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ।

କିନ୍ତୁ ଏହି ରାସ୍ତା ଚଉଡ଼ା କରିବା ସମୟରେ ବୃକ୍ଷ କାଟିବା ପରିବର୍ତ୍ତେ ଆଧୁନିକ ପ୍ରଯୁକ୍ତି ସହାୟତାରେ ସେଗୁଡ଼ିକୁ ସ୍ଥାନାନ୍ତର କରାଯିବା ଅତ୍ୟାବଶ୍ୟକ ବୋଲି ସେ ଜୋର ଦେଇ କହିଛନ୍ତି । ଚିଠିରେ ଆହୁରି କୁହାଯାଇଛି ଯେ, ନିମାପଡ଼ା–କୋଣାର୍କ ଖଣ୍ଡରେ ଥିବା ନିମ୍ବ, ବର୍ଗଦ ଓ ଅନ୍ୟାନ୍ୟ ବୃକ୍ଷଗୁଡ଼ିକ ପରିବେଶ ସନ୍ତୁଳନ ରକ୍ଷା, ଛାୟୀ ପ୍ରଦାନ, ଜୀବବିବିଧତା ସୁରକ୍ଷା ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଯାଇଥିବା ପର୍ଯ୍ୟଟନ ପଥର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ଏହି ବୃକ୍ଷଗୁଡ଼ିକୁ ଅନାବଶ୍ୟକ ଭାବେ କାଟିଦେଲେ ପରିବେଶରେ ଗୁରୁତର କ୍ଷତି ଘଟିବ ବୋଲି ସେ ସତର୍କ କରିଛନ୍ତି।
ଏହି ପରିପ୍ରେକ୍ଷିତରେ ସମାଜ ସେବୀ ସୁଶାନ୍ତ ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମରେ ପୂର୍ବରୁ ରୋପିତ ବୃକ୍ଷଗୁଡ଼ିକ ଆଜି ଏହି ରାସ୍ତା ର ସୌନ୍ଦର୍ଯ୍ୟ ଓ ପରିବେଶ କୁ ସନ୍ତୁଳିତ କରି ଆସୁଛି ଆସୁଛି ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ତେଣୁ, ରାସ୍ତା ଉନ୍ନୟନ କାର୍ଯ୍ୟ ସହ ବୃକ୍ଷ ସ୍ଥାନାନ୍ତରକୁ ପ୍ରାଥମିକତା ଦେଇ ପୁରୀ ବନ ବିଭାଗ, ପୂର୍ତ୍ତ ବିଭାଗ ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟରେ ସ୍ଥଳୀୟ ସର୍ବେକ୍ଷଣ କରି ଏକ ବିସ୍ତୃତ ବୃକ୍ଷ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଛନ୍ତି ।
ସେ ଚିଠିରେ ଲେଖିଛନ୍ତି, “ରାସ୍ତା ଉନ୍ନୟନ ଓ ପରିବେଶ ସୁରକ୍ଷା ଏକାସାଥିରେ ସମ୍ଭବ। ଏହା ସରକାରଙ୍କ ‘ମା ପାଇଁ ଗଛ ଟିଏ’ ଅଭିଯାନକୁ ଅଧିକ ସଶକ୍ତ କରିବ ।” ଏହି ଚିଠିର ପ୍ରତିଲିପି ମୁଖ୍ୟ ବନ ସଂରକ୍ଷକ, ମୁଖ୍ୟ ଶାସନ ସଚିବ, କାର୍ଯ୍ୟ ବିଭାଗ ପ୍ରଧାନ ସଚିବ, ଇଞ୍ଜିନିୟର୍-ଇନ୍-ଚିଫ୍ ଓ ପୁରୀ ବନ ବିଭାଗର ସମ୍ପୃକ୍ତ ଅଧିକାରୀମାନଙ୍କୁ ମଧ୍ୟ ପଠାଯାଇଛି ।

No Result
View All Result