କନ୍ଧମାଳ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ଫୁଲବାଣୀ ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଙ୍କ ୨୭ ତମ ଠାକୁରାଣୀ ଯାତ୍ରା ଚଳିତ ମାସ ଅକ୍ଷୟ ତୃତୀୟା ୨୦ ତାରିଖ ରୁ ଆରମ୍ଭ ହେବ, ଏ ନେଇ ମେରୁ ସଂକ୍ରାନ୍ତି ଦିନ ଶୁଭଖୁଣ୍ଟି ସ୍ଥାପନ ହେବ। ନାରାୟଣୀ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସଭାପତି କାବୁଲା ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଯାତ୍ରା ଆରମ୍ଭ ହେବା ଏବଂ ଶେଷ ହେବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା ।














