ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶ୍ରୀ ଜଗନ୍ନାଥ ସେନା କେନ୍ଦ୍ରୀୟ କାର୍ଯ୍ୟାଳୟ ପୁରୀ ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ଖଣ୍ଡେ ଲାଇଟ ପଥର ଓ ସ୍ଯାଣ୍ଡ ଷ୍ଟୋନ ଚୋରି କରି ନେତାଙ୍କ ଗୃହ ନିର୍ମାଣ ହୋଇଥିବା ସମ୍ପର୍କରେ ସିଂହଦ୍ଵାର ଥାନାରେ ଶୁକ୍ରବାର ପୂର୍ବାହ୍ନରେ ଏତଲା ଦାଏର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଓଡିଶାର ଯାଜପୁର ଜିଲ୍ଲା ମହାବଳପୁର ଠାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏହି ପଥରରେ ଘର ନିର୍ମାଣ କରିଛନ୍ତି ।














