ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ତାଳବଣିଆ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବା ଆଇଟିଆଇ ପରିସରରେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳା ସକାଳ ୧୦ ଘଟିକା ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା କହିଛନ୍ତି ।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ପ୍ରଦାନ କରି ଅତିରିକ୍ତ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ ବସ୍ତି କହିଥିଲେ ଯେ ଜିଲ୍ଲା ର ନିଯୁକ୍ତି ଆଶାୟୀ ୧୮ରୁ ୩୫ ବର୍ଷ ବୟସର ଯୁବବର୍ଗ ଏହାର ସୁଯୋଗ ନେଇ ପାରିବେ ।














